Odisha Link
Bridging the Missing Links in Odisha

୧୫ଦିନ ମଧ୍ୟରେ ଖୋଲିବ ନିକୋ ପାର୍କ

ଭୁବନେଶ୍ୱର: ଦୀର୍ଘ ୬ମାସ ପରେ ପୁଣି ଖୋଲିବ ଭୁବନେଶ୍ୱରର ଏକମାତ୍ର ଥିମ୍‌ ପାର୍କ ବିଡିଏ ସିଟି ସେଣ୍ଟର ନିକୋ ପାର୍କ। ଫନୀରେ କ୍ଷତିଗ୍ରସ୍ତ ହୋଇ ବନ୍ଦ ପଡ଼ିଥିବା ଏହି ପାର୍କର କିଛି ଅଂଶକୁ ଏବେ ପୁନରୁଦ୍ଧାର କରାଯିବ। ଏହାପରେ ଆଗାମୀ ୧୦ରୁ ୧୫ଦିନ ମଧ୍ୟରେ ଏହି ପାର୍କ ଖୋଲାଯିବ। ଏହାକୁ ପୁନରୁଦ୍ଧାର କରିବା ପାଇଁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ଅଣ୍ଟା ଭିଡ଼ିଛି। ପୁନରୁଦ୍ଧାର କାର୍ଯ୍ୟ ପିପିପି ମୋଡରେ କରାଯିବାକୁ ରାଜ୍ୟ ସରକାରଙ୍କ ନିକଟରେ ଆବେଦନ ହୋଇଛି ବୋଲି ବିଡିଏ ଉପାଧ୍ୟକ୍ଷ ପ୍ରେମଚନ୍ଦ୍ର ଚୌଧାରୀ କହିଛନ୍ତି।ଉକ୍ତ ପାର୍କକୁ ନୂଆ ରୂପ ଦିଆଯିବା ସହ ସମ୍ପୂର୍ଣ୍ଣ ଭାବେ ବିଡିଏ ହାତକୁ ଅଣାଯିବାକୁ ରାଜ୍ୟ ସରକାରଙ୍କ ସହ ଆଲୋଚନା ହୋଇଛି। ଉଲ୍ଲେଖଯୋଗ୍ୟ, ଏହି ପାର୍କର ପୁନରୁଦ୍ଧାରରେ ଏକ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହୋଇସାରିଛି। ୯ଟି ଖେଳ ଉପକରଣ ସଜଡ଼ସରିଛି। ଟିକେଟ ଦାମ୍‌ ହ୍ରାସ କରାଯିବାକୁ ଯୋଜନା ଚାଲିଛି।

Comments are closed.