ଭୁଟାନରେ ଜନ୍ମଦିନ ପାଳିବେ ଏହି କ୍ରିକେଟର !
ନୂଆଦିଲ୍ଲୀ :ସମସ୍ତଙ୍କ ଦୀଲ୍ ରେ ରାଜ କରୁଥିବା କ୍ରିକେଟର ସେ କେହିନୁହେଁ ଭାରତୀୟ କ୍ରିକେଟ୍ ଟିମ୍ କ୍ୟାପଟେନ୍ ବିରାଟ୍ କୋହଲି ବିରାଟ୍ କୋହଲି । ସେ ଓ ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମା ବର୍ତ୍ତମାନ ଭୁଟାନରେ ଛୁଟି କାଟୁଛନ୍ତି । ୩୧ ବର୍ଷ ବୟସରେ କାଲି ସେ ପାଦ ଥାପିବାକୁ ଯାଉଛନ୍ତି । ସୂଚନା ଅନୁଯାଇ ଏଥର ବିରାଟ ତାଙ୍କ ଜନ୍ମଦିନ ଭୁଟାନରେ ପାଳନ କରିବେ।
ଅନୁଷ୍କା ସୋଶାଲ ମିଡିଆରେ ଭୁଟାନର ପରିବା ମାର୍କେଟ୍ର ଫଟୋକୁ ଶେଆର୍ କରିଛନ୍ତି । ସେ ଲେଖିଛନ୍ତି, ‘ପରିବା ମଣ୍ଡିରେ ମୁଁ ସତ ଖୁସି ଅନୁଭବ କଲି। ପିଲାଦିନର ସ୍ମୃତି ମନେ ପଡ଼ିଗଲା।’
ଫଟୋଟି ବିରାଟଙ୍କ ଫ୍ୟାନ୍ ପେଜ୍ରେ ଭାଇରାଲ୍ ହେବାରେ ଲାଗିଛି । ଫଟୋଟିରେ ଅନୁଷ୍କା ପିଙ୍କ୍ ସ୍ୱେଟସାର୍ଟ ଓ ବିରାଟ ବ୍ଲାକ୍ ଟ୍ରାକ୍ସୁଟ୍ ପିନ୍ଧିଛନ୍ତି। ଅନୁଷ୍କା ଶାହରୁଖ୍ଙ୍କ ସିନେମା ‘ଜିରୋ’ ପରେ ଅନ୍ୟ କୌଣସି ପ୍ରୋଜେକ୍ଟରେ ନଜର ଆସି ନାହାନ୍ତି।
Comments are closed.