ବାରବାଟୀକୁ ଫେରିବ ଟେଷ୍ଟ ମ୍ୟାଚ୍!

କଟକ: ବାରବାଟୀରେ ହୋଇପାରେ ଟେଷ୍ଟ ମ୍ୟାଚ ଆୟୋଜନ। ଦୀର୍ଘ ବର୍ଷର ବ୍ୟବଧାନ ପରେ ବାରବାଟୀକୁ ଟେଷ୍ଟ ମ୍ୟାଚ ଫେରାଇବା ପାଇଁ ବିସିସିଆଇ ସଭାପତିଙ୍କ ସହ ଓସିଏ କର୍ତ୍ତୃପକ୍ଷ ଆଲୋଚନା କରିଛନ୍ତି। ଏ ସମ୍ପର୍କରେ ଓଡ଼ିଶା କ୍ରିକେଟ ଆସୋସିଏସନର ସମ୍ପାଦକ ସଞ୍ଜୟ ବେହେରା ସୂଚନା ଦେଇଛନ୍ତି।
ବାରବାଟୀରେ ଟେଷ୍ଟ ମ୍ୟାଚ ଆୟୋଜନ ସମ୍ପର୍କରେ ସେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ସହ କଥା ହୋଇଥିବା ଶ୍ରୀ ବେହେରା କହିଛନ୍ତି। ସୂଚନାଥାଉକି, ଶେଷ ଥର ପାଇଁ ୧୯୯୫ରେ ବାରବାଟୀରେ ଟେଷ୍ଟ ମ୍ୟାଚ ହୋଇଥିଲା।
Comments are closed.