Odisha Link
Bridging the Missing Links in Odisha

ସମୁଦ୍ର ଭିତରେ ବୁଡିଲା ମାଛଧରା ଡଙ୍ଗା

ପାରାଦୀପ: ଜଗତସିଂହପୁର ଜିଲ୍ଲାର ପାରାଦୀପ ସମୁଦ୍ରରେ ଏକ ମାଛ ଧରା ଡଙ୍ଗା ବୁଡ଼ିଯାଇଥିବାର ଖବର ମିଳିଛି। ଏହାଫଳରେ ପାଣିରେ ପଡ଼ିଯାଇଥିଲେ ୬ ମତ୍ସ୍ୟଜୀବୀ। ତେବେ କିଛି ସମୟ ଭିତରେ ସମସ୍ତ ୬ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯାଇଥିବାର ଖବର ମିଳିଛି। ସୂଚନା ଅନୁଯାୟୀ, ବ୍ଲାକରୋଜ’ ଜାହାଜରେ ପିଟି ହୋଇ ବୁଡ଼ିଲା ଏକ ଡଙ୍ଗା।
ନେହରୁ ବଙ୍ଗଳା ମାଛଧରା ବନ୍ଦରକୁ ଫେରୁଥିବା ବେଳେ ‘ବ୍ଲାକରୋଜ’ ନାମକ ଏକ ଜାହାଜକୁ ମାଛଧରା ଡଙ୍ଗା ଶକ୍ତ ଧକ୍କା ଦେବାରୁ ଡଙ୍ଗା ବୁଡ଼ିଯାଇଛି। ମାତ୍ର ଟ୍ରଲରରେ ଥିବା ସମସ୍ତ ୬ ଜଣ ମତ୍ସଜୀବୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଦୁର୍ଘଟଣା ସମୟରେ ଦୁର୍ଘଟଣାଗସ୍ତ ଡଙ୍ଗା ପାଖାପାଖି ଏକ ଟ୍ରଲର ଯାଉଥିଲା । ଫଳରେ ଉଦ୍ଧାର କାମ ପାଇଁ ବେଶୀ ସମୟ ଲାଗି ନ ଥିଲା। ଏଠାରେ ସୂଚନାଯୋଗ୍ୟ ଯେ ଆଗରୁ ମଧ୍ୟ ପାରାଦୀପର ନେହେରୁ ବଙ୍ଗଳା ନିକଟରେ ଏକ ଟ୍ରଲର ବୁଡ଼ି ଯାଇଥିବା ନେଇ ଖବର ମିଳିଥିଲା ।ତେବେ ଏଥିରେ କେହି ହତାହତ ହୋଇ ନଥିଲେ।

Comments are closed.