Odisha Link
Bridging the Missing Links in Odisha

ବିଜେଡିରେ ମିଶିଲେ କଂଗ୍ରେସ ନେତା ଭି. ରବି ନାରାୟଣ ରାଜୁ, କହିଲେ ଯିଏ ବି..

ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟ କଂଗ୍ରେସ ଦୁର୍ବଳ ହେବାରେ ଲାଗିଛିି। ଗୋଟିଏ ପଟେ ପିସିସି ସଭାତିକୁ ନେଇ କଂଗ୍ରେେସ ଅଡ଼ୁଆରେ ପଡ଼ିଥିବା ବେଳେ ଏହି ସମୟରେ ଦଳ ଛାଡ଼ିଛନ୍ତି କଂଗ୍ରେସର ପୂର୍ବତନ ଦିଗପହଣ୍ଡି ଏନଏସି ଅଧ୍ୟକ୍ଷ ଭି. ରବି ନାରାୟଣ ରାଜୁ। ସେ ଆଜି ନବୀନ ନିବାସରେ ବିଜେଡିରେ ଯୋଗଦାନ କରିଛନ୍ତି। ଏଥିସହିତ ଦିଗପହଣ୍ଡିର ୫୦୦ କଂଗ୍ରେସ କର୍ମୀ କଂଗ୍ରସ ଛାଡ଼ି ବିଜେଡିରେ ସାମିଲ ହୋଇଛନ୍ତି।

ସୂଚନାଥାଉକି, ୨୦୦୯ରେ କଂଗ୍ରେସ ଟିକେଟରୁ ଦିଗପହଣ୍ଡିର ବିଧାୟକ ପ୍ରାର୍ଥୀ ହୋଇଥିଲେ ନାରାୟଣ ରାଜୁ। କିନ୍ତୁ ତାଙ୍କୁ ସେଠାରେ ପରାଜୟର ସ୍ୱାଦ ଚାଖିବାକୁ ପଡ଼ିଥିଲା। ତେବେ ପୂର୍ବରୁ ଦୁଇ ଦୁଇ ଥର ଦିଗପହଣ୍ଡି ଏନଏସି ଅଧ୍ୟକ୍ଷ ରହିଥିଲେ ଭି. ରବି ନାରାୟଣ। କଂଗ୍ରେସରେ କିଛି କାର୍ଯ୍ୟକ୍ରମ ନାହିଁ ଏବଂ ନବୀନଙ୍କ ଆଦର୍ଶ ଓ ଭଲ କାମ ପାଇଁ ବିଜେଡ଼ରେ ମିଶିଥିବା ସେ କହିଛନ୍ତି।

ଯିଏ ବି ବିକାଶ ପାଇଁ କାମ କରିବ, ତାକୁ ସମର୍ଥନ ମିଳିବ ବୋଲି ସେ କହିଛନ୍ତି। ଅନ୍ୟପଟେ ନବୀନ ନିବାସରେ ପାର୍ଟି ସୁପ୍ରିମୋ ନବୀନ ପଟ୍ଟନାୟକ ସେମାନଙ୍କୁ ସ୍ୱାଗତ କରିବା ସହ ସେମାନଙ୍କ ଯୋଗଦାନରେ ବିଜେଡ଼ି ଆହୁରି ଶକ୍ତିଶାଳୀ ହେବ ବୋଲି କହିଛନ୍ତି।

Comments are closed.