ଓଡ଼ିଶାକୁ ବାତ୍ୟା ସମ୍ଭାବନା କମ: ଆଇଏମଡି ଡିଜି
ଭୁବନେଶ୍ବର: ଉତ୍ତର ଉତର ଆଣ୍ଡାମାନରେ ଏକ ଲଘୁଚାପ ସୃଷ୍ଟି ହୋଇଛି। ଏହା ୧୨ ଘଣ୍ଟାରେ ଡିପ ଡିପ୍ରେସନ ହେବ। ଆସନ୍ତାକାଲି ଡିପ ଡିପ୍ରେସନଟି ବାତ୍ୟାରେ ରୂପାନ୍ତରିତ ହେବ। କାଳକ୍ରମେ ଏହା ସିଭିୟର ସାଇକ୍ଲୋନରେ ପରିଣତ ହୋଇପାରେ। ତେବେ କେଉଁ ଦିଗକୁ ଏହା ଗତି କରିବ ଆମେ ପୂର୍ବାନୁମାନ କରିନୁ। ବାତ୍ୟା କେଉଁ ଦିଗକୁ ଗତି କରିବ ତାହା ଆସନ୍ତାକାଲି ସୁଦ୍ଧା ଜଣାପଡ଼ିବ।
ପଶ୍ଚିମବଙ୍ଗ ବା ବାଂଲାଦେଶ ଆଡ଼କୁ ବାତ୍ୟା ମୁହାଁଇବା ନେଇ ସମ୍ଭାବନା ରହିଛି। ତେବେ ଏହା ଓଡ଼ିଶା ଉପକୂଳକୁ ଆସିବା ସମ୍ଭାବନା କମ ରହିଛି। ୯ ତାରିଖରୁ ଓଡ଼ିଶା ଉପକୂଳରେ ବର୍ଷା ହେବ। ସମୁଦ୍ର ଅଶାନ୍ତ ରହିବ। ୧୦ ତାରିଖରେ ୫୦/୬୦ କିମି ବେଗରେ ପବନ ବର୍ଷା ହୋଇପାରେ। ୮ ତାରିଖ ପୂର୍ବରୁ ମତ୍ସ୍ୟଜୀବୀମାନେ ସମୁଦ୍ରରୁ ପଳାଇ ଆସିବା ଉଚିତ ବୋଲି ଆଇଏମଡି ଡିଜି ମୃତୁ୍ୟଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି।
Comments are closed.