Odisha Link
Bridging the Missing Links in Odisha

ବିନା ଆଖିରେ ବଞ୍ଚନ୍ତି ଏହି ଗ୍ରାମବାସୀ

ଟରଣ୍ଟୋ  : ଶରୀରରେ ଆଖୀ ହେଉଛି ଏକ ଅମୂଲ୍ୟ ଅଙ୍ଗ । ଆଖି ବିନା ବଞ୍ଚିବା ଅସମ୍ଭବ କାରଣ ଆଖି ଦ୍ବାରା ଏ ସୁନ୍ଦର ଦୁନିଆକୁ ଦେଖିବା ସମ୍ଭବ । କାନାଡ଼ା ଓଣ୍ଟୋରିଓ ପ୍ରଦେଶରେ ରହିଛି ତିଲଟେକ ଗାଁ । ଏଠାରେ ଜୋପଟେକ ଜନଜାତି ଲୋକେ ବାସକରିଥାନ୍ତି । ଏଠାରେ ଜୋପଟେକ ଜନଜାତିର ଲୋକ ବାସକରନ୍ତି । ଏଠାର ଲୋକ ମାନଙ୍କ ସହ ଅଜବ ଘଟଣା ଘଟିଯାଇଛି । ଗାଁର ପଶୁପକ୍ଷୀଙ୍କଠାରୁମନୁଷ୍ୟ ପର୍ଯ୍ୟନ୍ତ ସମସ୍ତେ ଏଠି ଦୃଷ୍ଟିହୀନ ,ସେମାନେ ଜନ୍ମ ରୁ ଦୃଷ୍ଟିହୀନ ନଥିଲେ କିନ୍ତୁ ଜନ୍ମର କିଛି ଦିନ ପରେ ସେମାନଙ୍କର ଦୃଷ୍ଟି ଶକ୍ତି କମି କମି ଯାଇଥାଏ । ଏହି ସମ୍ପ୍ରଦାୟର ଲୋକ କୁ଼ଡିଆରେ ବାସ କରିଥାନ୍ତି କିନ୍ତୁ ଏମାନଙ୍କ କୁ଼ଡିଆରେ କବାଟ କି ଝରକା ନଥାଏ । ସନ୍ଧ୍ୟାରେ ସମସ୍ତ ଗ୍ରାମ ବାସୀ ଏକାଠି ହୋଇ ଭୋଜନ କରିବା ସହିତ ମଦ୍ୟପାନ କରି ନାଚଗୀତ କରିଥାନ୍ତି । ଗ୍ରାମ ବାସୀଙ୍କ କହିବା ଅନୁଯାୟୀ ଗ୍ରାମରେ ଥିବା ଏକ ବୃକ୍ଷକୁ ଚାହିଁବା ମାତ୍ରେ ସେମାନଙ୍କର ଦୃଷ୍ଟି ଶକ୍ତି କମ୍ ହୋଇଯାଇଥାଏ । ତେବେ ବୈଜ୍ଞାନିକମାନେ କହନ୍ତି ଏଠାରେ ଏକ ପ୍ରକାର କଳମାଛି ରୁହନ୍ତି । ଏହି ମାଛି ପଶୁପକ୍ଷୀ, ମଣିଷ ସମସ୍ତଙ୍କୁ କାମୁଡ଼ି ଥାନ୍ତି। ମାଛି ଲାଜରେ ଏକ ପ୍ରକାର ବିଷ ରହିଥାଏ। ଏହା ଆଖିର ସ୍ନାୟୁ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ। ଫଳରେ ଧୀରେ ଧୀରେ ଦୃଷ୍ଟି ଶକ୍ତି କମି ଶେଷରେ ପଶୁପକ୍ଷୀ ଓ ମଣିଷ ଦୃଷ୍ଟିହୀନ ହୋଇ ଯାଇଥାନ୍ତି।

Comments are closed.