Odisha Link
Bridging the Missing Links in Odisha

ହସ୍ପିଟାଲ କୋଠାରୁ ଖସି ପ୍ରସୂତିଙ୍କ ମୃତ୍ୟୁ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୋଠାରୁ ଖସି ପ୍ରସୂତିଙ୍କ ମୃତ୍ୟୁ ହୋଇଛି। ଶିଶୁ ଓ ମହିଳା ଓ୍ବାର୍ଡର ଦ୍ବିତୀୟ ମହଲାରୁ ଖସି ପ୍ରସୂତିଙ୍କ ମୃତ୍ୟୁ ହୋଇଥିବା ଜଣା ପଡିଛି। ପ୍ରସୂତି ଜଣକ କୋଠାରୁ ଡେଇଁ ପଡ଼ିଥିବା କହିଲେ ତାଙ୍କ ଶାଶୁ। ତେନ୍ତୁଳିଖୁଣ୍ଟି କଙ୍ଗ୍ରା ପ୍ରସୂତିଙ୍କ ଘର ସେ ୫ ଦିନ ତଳେ ଭର୍ତ୍ତି ହୋଇଥିଲେ। ହସ୍ପିଟାଲକୁ ଆସିବା ଦିନ ଶିଶୁପୁତ୍ରଟିଏ ଜନ୍ମ ଦେଇଥିଲେ ମହିଳା। ପରେ ପ୍ରସୂତିଙ୍କ ମୃତଦେହ ଉଦ୍ଧାର କରି ପୋଲିସର ତଦନ୍ତ ଜାରି ରହିଛି।

Comments are closed.