Odisha Link
Bridging the Missing Links in Odisha

ଅଭିଷେକଙ୍କୁ ‘ବେରୋଜଗାର’ କହିଲେ ବ୍ୟକ୍ତି

ମୁମ୍ବାଇ: ବଲିଉଡ଼ର ସଫଳ ଅଭିନେତା ତଥା ବିଗ୍ ବି ହେଲେ ଅମିତାଭ ବଚ୍ଚନ । ସେ ନିଜ ଅଭିନୟର ଯାଦୁରେ ସମସ୍ତ ଦର୍ଶକଙ୍କୁ ବାନ୍ଧି ରଖିଛନ୍ତି । କିନ୍ତୁ ତାଙ୍କ ପୁଅ ଅଭିଷେକ ବଚ୍ଚନ ସେତେଟା ସଫଳତା ପାଇନାହାନ୍ତି ।

ତାଙ୍କୁ ଅନେକ ସମୟରେ ସମାଲୋଚିତ ଶିକାର ହେବାକୁ ପଡ଼ିଥାଏ । ଅଭିଷେକ ନିଜର ଟୁଇଟର ଆକାଉଣ୍ଟରେ ଏକ ମୋଟିଭେସ୍‌ନାଲ(ପ୍ରେରଣାଦାୟକ) ଫଟୋ ଶେୟାର କରିଥିଲେ। ଜୀବନରେ ଗୋଟିଏ ଉଦ୍ଦେଶ୍ୟ ରଖ। ଗୋଟିଏ ଲକ୍ଷ୍ୟ ରଖ। ସେ ବି ଏପରି କିଛି ଅସମ୍ଭବ କାମ ଯାହାକୁ ତୁମେ ପୂରଣ କରିବାକୁ ଚାହିଁବ। ପରେ ତାହା ଅସମ୍ଭବ ନୁହେଁ ବୋଲ ଦୁନିଆକୁ ଜଣାଅ ବୋଲି ସେଥିରେ ଲେଖାଥିଲା। ଏହାକୁ ନେଇ ଜଣେ ବ୍ୟକ୍ତି ତାଙ୍କୁ ଟ୍ରୋଲ୍‌ କରିଛନ୍ତି । ସେ କମେଣ୍ଟରେ ଲେଖିଛନ୍ତି , ସୋମବାର ଯଦି କୌଣସି ମଣିଷ ଖୁସି ରହିଥାଏ ତେବେ ସେ ବେରୋଜଗାର ବୋଲି କୁହାଯାଏ।
ସବୁବେଳେ ଚୁପ୍‌ ରହିଆସିଥିବା ଅଭିଷେକ ଏହାର ଜବାବ ଦେଇ ଦେଇଥିଲେ । ୨୦୦୦ ମସିହାରେ ଜେ.ପି ଦତ୍ତଙ୍କ ନିର୍ଦ୍ଦେଶିତ ସିନେମା ଦ୍ବାରା ଅଭିଷେକ ବଲିଉଡରେ ପାଦେଇଥିଲେ । ଅଷେକ ଖୁବ୍‌ଶୀଘ୍ର ଅନୁରାଗ ବାସୁଙ୍କ ସିନେମାରେ ନଜର ଆସିବେ। ଏହାବ୍ୟତିତ କୁକି ଗୁଲାଟିଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହେବାକୁ ଯାଉଥିବା ସିନେମା ‘ଦ ବିଗ୍‌ ବୁଲ’ରେ ମଧ୍ୟ ନଜର ଆସିବେ।

Comments are closed.