Odisha Link
Bridging the Missing Links in Odisha

ଅଙ୍ଗନବାଡ଼ିରେ ଶିଶୁକୁ ଓଲଟା କରି ମାଡ଼

ଆନନ୍ଦପୁର: ଅଙ୍ଗନବାଡ଼ିରେ ଦୁଇ ଶିଶୁଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଝଗଡ଼ା ହୋଇଥିଲା। ଅଙ୍ଗନବାଡ଼ି କର୍ମୀ ଜଣଙ୍କ ରୋଷେଇରେ ବ୍ୟସ୍ତ ଥିବାବେଳେ ଏହାର ସୁଯୋଗ ନେଇ ଝଗଡ଼ା ହେଉଥିବା ଦୁଇ ଶିଶୁଙ୍କ ମଧ୍ୟରୁ ଜଣେ ଘରକୁ ‌ଯାଇ ବାପାଙ୍କୁ ଡାକି ଆଣିଥିଲା। ସମ୍ପୃକ୍ତ ଶିଶୁର ବାପା କିଛି ବୁଝିବା‌ ବଦଳରେ ଅନ୍ୟ ଶିଶୁଟିକୁ ଓଲଟା କରି ନିସ୍ତୁକ ମାଡ଼ ମାରିଥିଲେ। ଏଭଳି ଅଭାବନୀୟ ଘଟଣା ଘଟିଛି ହାଟଡିହି ବ୍ଲକ ଶିବନାରାୟଣପୁର ଗ୍ରାମର ୧ ନମ୍ବର ଅଙ୍ଗନବାଡି କେନ୍ଦ୍ରରେ। ଏହି ସମୟର ଭିଡିଓ ଭାଇରାଲ ହେବା ପରେ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଛି।
ମିଳିଥିବା ସୂଚନା ଅନୁସାରେ ୨ ତାରିଖ ଦିନ ଅଙ୍ଗନବାଡ଼ି ଯାଇଥିଲେ ପ୍ରମୋଦ ପାଳ ଓ ସନାତନ ଘଡ଼େଇଙ୍କ ପୁଅ। ଉଭୟଙ୍କ ଭିତରେ କୌଣସି କାରଣକୁ ନେଇ ଝଗଡ଼ା ହୋଇଥିଲା। ଏ ସମ୍ପର୍କରେ ସନାତନଙ୍କ ପୁଅ ଯାଇ ଘରେ ଜଣାଇବା ପରେ ସନାତନ ଅଙ୍ଗନବାଡି କେନ୍ଦ୍ରକୁ ଆସି ବିନା ଅନୁମତିରେ ଭି‌ତରେ ପଶିଥିଲେ। ଅନ୍ୟ ଶିଶୁଟିର ଗୋଡ଼ ଦୁଇଟିକୁ ଧରି ଉପରକୁ ଟେକି ଚାପୁଡ଼ା ପରେ ଚାପୁଡ଼ା ମାରିଥିଲେ। ଏହି ସମୟର ଦୃଶ୍ୟକୁ କେହି ମୋବାଇଲ‌ରେ ସୁଟିଂ କରି ଭିଡିଓ ଭାଇରାଲ କରିବା ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି। ମାଡ଼ ଖାଇଥିବା ଶିଶୁର ବାପା ପ୍ରମୋଦ ପାଳ ଏନେଇ ଅଭିଯୋଗ କରିବା ପରେ ଅଙ୍ଗନବାଡ଼ି

Comments are closed.