ପରିବେଶ ପ୍ରଦୂଷଣ ସଂପର୍କିତ ଗୃହକମିଟିଙ୍କ ବୈଠକ

ଭୁବନେଶ୍ୱର : ଓଡ଼ିଶା ବିଧାନସଭାର ପରିବେଶ ପ୍ରଦୂଷଣ ସଂପର୍କିତ ଗୃହକମିଟିଙ୍କ ବୈଠକ ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବିଧାନସଭାସ୍ଥିତ ପ୍ରକୋଷ୍ଠ ନଂ-୫୪ରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟର ବିଭିନ୍ନ ଶିଳ୍ପ- କାରଖାନା ଦ୍ୱାରା ନଦୀ, କେନାଲ୍, ଜଳ ଉତ୍ସ ଓ ଚାଷଜମିରେ ବର୍ଜ୍ୟ ଜଳ ନିଷ୍କାସନ ଏବଂ ବିଭିନ୍ନ ସ୍ପଞ୍ଜ ଆଇରନ୍ କାରଖାନର କାର୍ବନ୍ ଏମିସନ୍କୁ ରୋକିବା ତଥା ନଗର, ସ୍ୱାୟତ୍ତ ଶାସନ ସଂସ୍ଥା ଓ ଗ୍ରାମଗୁଡ଼ିକର ସଫେଇ ଓ ତତ୍ସଂପର୍କିତ କାର୍ଯ୍ୟାନୁଷ୍ଠାନ ସଂପର୍କରେ ଆଲୋଚନା ହୋଇଥିଲା । ଏହି ବୈଠକରେ ଜଙ୍ଗଲ ଓ ପରିବେଶ, ସଂସଦୀୟ ବ୍ୟା ପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ପଞ୍ଚାୟତିରାଜ ଓ ପାନୀୟ ଜଳ, ଆଇନ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା, ଇସ୍ପାତ୍ ଓ ଖଣି, ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ସରକାରୀ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବିଜେପି ବିଧାୟକ ଦଳର ମୁଖ୍ୟ ସଚେତକ ମୋହନ ଚରଣ ମାଝୀ, ବିଧାୟକ ଦେବୀ ପ୍ରସାଦ ମିଶ୍ର, ଡ. ପ୍ରଦୀପ କୁମାର ପାଣିଗ୍ରାହୀ,ବିଷ୍ଣୁଚରଣ ସେଠୀ, ବ୍ରଜ କିଶୋର ପ୍ରଧାନ, ପ୍ରଶାନ୍ତ କୁମାର ମୁଦୁଲି, ସୁଶାନ୍ତ କୁମାର ବେହେରା, ରମେଶ ଚନ୍ଦ୍ର ବେହେରା, ସଂଜୀବ କୁମାର ମଲ୍ଲିକ, ସୌଭିକ୍ ବିଶ୍ୱାଳ, ଦାଶରଥୀ ଗମାଙ୍ଗୋ, ପ୍ରକାଶ ସୋରେନ୍ ଓ ଆଦିତ୍ୟ ମାଢ଼ୀଙ୍କ ସମେତ ବରିତ ସଦସ୍ୟ ଅରୂପ ପଟ୍ଟନାୟକ ଏବଂ ଡ. ସ୍ୱୟଂ ପ୍ରକାଶ ରାଉତ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଏଥିରେ ଜଙ୍ଗଲ ଓ ପରିବେଶ ବିଭାଗର ପ୍ରମୁଖ ଶାସନ ସଚିବ ଡ. ମୋନା ଶର୍ମା, ସ୍ୱତନ୍ତ୍ର ଶାସନ ସଚିବ ତଥା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଭ୍ୟସଚିବ ଦେବୀଦତ୍ତ ବିଶ୍ୱାଳ, ବିଧାନସଭାର ସଚିବ ଦାଶରଥୀ ଶତ ପଥୀଙ୍କ ସମେତ ଜଙ୍ଗଲ ଓ ପରିବେଶ ବିଭାଗର ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ ।
ଏହାଛଡ଼ା ବିଧାୟକ ପ୍ରଦିପ କୁମାର ଅମାତଙ୍କ ଅଧ୍ୟକ୍ଷତାରେ ବିଭାଗୀୟ ସ୍ଥାୟୀ କମିଟି-୭ର ସପ୍ତମ ବୈଠକ ଅନୁଷ୍ଠିତ ହୋଇ ଜଙ୍ଗଲ ଓ ପରିବେଶ ବିଭାଗର କାର୍ଯ୍ୟାବଳୀ ଉପରେ ଆଲୋଚନା ହୋଇଥିଲା । ସେହିପରି ବିଭାଗୀୟ ସ୍ଥାୟୀ କମିଟି-୪ର ଅଷ୍ଟମ ବୈଠକ ବିଧାୟକ ଭୂପିନ୍ଦର ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ କ୍ରୀଡ଼ା ଓ ଯୁବସେବା, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି, ବିଜ୍ଞାନ ଓ କାରିଗରୀ ବିଦ୍ୟା ବିଭାଗର କାର୍ଯ୍ୟାବଳୀ ଉପରେ ଆଲୋଚନା ହୋଇଥିଲା ।
ଏଥି ସହ ଆବେଦନ ପତ୍ର କମିଟିଙ୍କ ପଞ୍ଚମ ବୈଠକ ବିଧାୟକ ବଦି୍ରନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସଂ ପର୍କିତ ବକେୟା ଥିବା ଆବେଦନ/ନିବେଦନ ପତ୍ରଗୁଡ଼ିକ ଉ ପରେ ଅଦ୍ୟାବଧି ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ସଂପର୍କରେ ଆଲୋଚନା ହୋଇଥିଲା । ଏହି ବୈଠକଗୁଡ଼ିକରେ ଗୃହକମିଟିଙ୍କ ମାନ୍ୟବର ସଦସ୍ୟମାନଙ୍କ ସହିତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଉ ପସ୍ଥିତ ଥିଲେ ।
Comments are closed.