Odisha Link
Bridging the Missing Links in Odisha

ଯାତ୍ରା ଚାଲିଥିବା ବେଳେ ଭୁଜାଲିମାଡ

ଭଦ୍ରକ: ଭଦ୍ରକ ଜିଲ୍ଲା ଚରମ୍ପାରେ କାଳୀପୂଜା ପାଇଁ ଇନ୍ଦ୍ରଭୁବନ ଯାତ୍ରା ଚାଲିଥିବା ଆୟୋଜକଙ୍କୁ ଭୁଜାଲି ମାଡ ହୋଇଛି। ଗୁରୁତର ଅବସ୍ଥାରେ ଯୁବକଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପୋଲିସର ତଦନ୍ତ ଆରମ୍ଭ।
ସୂଚନା ଅନୁସାରେ ଭଦ୍ରକ ଜିଲ୍ଲା ଚରମ୍ପାରେ କାଳୀପୂଜା ପାଇଁ ଇନ୍ଦ୍ରଭୁବନ ଯାତ୍ରା ଚାଲିଥିବା ବେଳେ ଯାତ୍ରାର ଆୟୋଜକ ଜିତ ପଢ଼ିଆରୀଙ୍କୁ ଭୁଜାଲି ମାଡ ହୋଇଛି। ଗୁରୁତର ଯୁବକଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି। ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।

Comments are closed.