Odisha Link
Bridging the Missing Links in Odisha

ଆଇଏମଡି ସୂଚନାନୁସାରେ ପ୍ରସ୍ତୁତ ହେଉଛୁ: ଏସଆରସି

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟାକୁ ନେଇ ଲୋକେ ଆତଙ୍କିତ ନେହେବାକୁ ପରାମର୍ଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର। ଆଜି ସାମ୍ବାଦିକ ସମ୍ମିଳନୀ କରି ବାତ୍ୟା ବାବଦରେ ବିସ୍ତୃତ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା। ଏହା ସହ ଜିଲ୍ଳାପାଳ ମାନଙ୍କ ଆଲୋଚନା କରାଯାଇ ସେମାନଙ୍କୁ ସତର୍କ ରହିବାକୁ ନିଦେ୍ର୍ଦଶ ଦିଆଯାଇଥିବା କହିଛନ୍ତି। ଏସଆରସିଙ୍କ କହିବା ମୁତାବକ ବାତ୍ୟାର ଚିତ୍ର ଆଜି ସନ୍ଧ୍ୟା ବା ଆସନ୍ତାକାଲି ସକାଳ ସୁଦ୍ଧା ସ୍ପଷ୍ଟ ହୋଇଯିବ। ଏହାର ପ୍ରଭାବରେ ଉତ୍ତର ଓଡିଶା ଓ ଉପକୂଳବର୍ତ୍ତୀ ଅଞ୍ଚଳରେ ସାମାନ୍ୟ ଓ ମଧ୍ୟମ ଧରଣର ବର୍ଷା ହେବ। ସେହିପରି ପବନ ବେଗ ୫୦ରୁ ୬୦ କିଲୋମିଟର ରହିବ। ୭ ତାରିଖ ସନ୍ଧ୍ୟା ପରଠାରୁ ଧୀବରମାନଙ୍କୁ ସମୁଦ୍ର ମଧ୍ୟ ନ ଯିବାକୁ ପରାମର୍ଶ ଦିଆଯାଇଛି। ରାଜ୍ୟ କୃଷି ବିଭାଗକୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।
ସେହିପରି ୮ ନଭେମ୍ବର ସନ୍ଧ୍ୟା ୫ଟା ବେଳକୁ ଗୋପାଳପୁର ୩୨୦ କିଲୋମିଟର ଦୂରରେ ବାତ୍ୟା ରହିବ। ୯ ତାରିଖ ସନ୍ଧ୍ୟା ବେଳକୁ ଅସ୍ତରଙ୍ଗ ଠାରୁ ୧୭୦ କିଲୋମିଟର ଦୂରରେ ରହିବ। ୧୦ ତାରିଖ ସନ୍ଧ୍ୟା ୭ଟା ବେଳକୁ ପାରାଦୀପ ଠାରୁ ୧୬୦ କିଲୋମିଟର ଦୂରରେ ରହିବ। ୧୧ ତାରିଖ ସକାଳ ୫ଟା ବେଳକୁ ଧାମରାଠାରୁ ୧୪୦ କିଲୋମିଟର ଦୂରରେ ରହିବ। ଏହି ବାତ୍ୟା ନଭେମ୍ବର ୧୦ ତାରିଖ ସନ୍ଧ୍ୟାରୁ ୧୧ ତାରିଖ ସକାଳ ମଧ୍ୟରେ ଲ୍ୟାଣ୍ଡଫଲ କରିବ।

Comments are closed.