ଓପିଟିସିଏଲ: ହିସାବ ଗଡ଼ବଡ଼, କୋଟିଏ ଲୁଟ୍!
ଭୁବନେଶ୍ବର: ଓଡିଶା ବିଦ୍ୟୁ୍ତ ଶକ୍ତି ସଞ୍ଚାରଣ ନିଗମ ଲିଃ (ଓପିଟିସିଏଲ୍) ଟେଲିକମ୍ ବିଭାଗରେ ହିସାବ ଗଡ଼ବଡ଼ କରି କୋଟିଏରୁ ଅଧିକ ଟଙ୍କାର ଦୁର୍ନିତି ହୋଇଛି। ଏମିତି ଗଡ଼ବଡ଼ କରି ୪୬ କୋଟି ୯୩ ଲକ୍ଷ ଜାଗାରେ ୪୮ କୋଟି ଟଙ୍କାର ବିଲ୍ କରାଯାଇଛି। ଖାଲି ସେତିକି ନୁହେଁ ଫନି ପୁନରୁଦ୍ଧାର କାମରେ ବି ଘୋଟାଲା ସାମ୍ନାକୁ ଆସିଛି। ବିନା ସ୍ବୀକୃତିପ୍ରାପ୍ତ ବା ରେଟ୍ କଣ୍ଟ୍ରାକ୍ଟର ନ ହୋଇ ବି ଠିକା ସଂସ୍ଥାକୁ କୋଟି କୋଟି ଟଙ୍କାର କାମ ଟେକି ଦିଆଯାଇଛି। ଦସ୍ତାବିଜ୍ ଏଭଳି ପୁଞ୍ଜା ପୁଞ୍ଜା ଦୁର୍ନିୀତିର ଫର୍ଦ୍ଦ ଖୋଲି ଦେଇଛି।
ଦସ୍ତାବିଜ୍ ମୁତାବକ ରାଜ୍ୟର ବିଭିନ୍ନ ସ୍ଥାନରେ ଓପିଟିସିଏଲ୍ ପକ୍ଷରୁ ଅପ୍ଟିକାଲ ଗ୍ରାଉଣ୍ଡ ଓ୍ବେର୍ (ଓପିଜିଡବ୍ଲୁ) ବିଛା ଯାଇଥିଲା। ଭୁବନେଶ୍ବର ସ୍ଥିତ ଓପିଟିସିଏଲ୍ର ଟେଲିକମ୍ୟୁନିକେସନ ସର୍କଲ୍ ଅଧୀନରେ ୧୭୪୫ କିଲୋମିଟର ଓପିଜିଡବ୍ଲୁ କେବୁଲ ବିଛାଇବା କାମ ହୋଇଥିଲା। କାମ ନେଇଥିବା ସଂସ୍ଥାକୁ ବିଲ୍ ବାବଦରେ ୪୮ କୋଟି ଟଙ୍କା ଦିଆଯାଇଥିଲା। କିନ୍ତୁ ଯେଉଁ ହିସାବ ଦେଖାଇ ବିଲ୍ ଦିଆଯାଇଛି ସେଥିରେ ବଡ଼ ଗଡ଼ବଡ଼ ହୋଇଛି। ଓପିଜିଡବ୍ଲୁ କେବୁଲ ବିଛାଇବା, ଏସଡିଏଚ ଇକ୍ୟୁପମେଣ୍ଟସ୍, ଏମୟୁଏକ୍ସ ଏବଂ ଡିଏସିଏସ୍ ବାବଦରେ କୋଟ ୩୨ କୋଟି ୮୯ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ବୋଲି ଫାଇନାଲ ବିଲ୍ କପିରେ ଦର୍ଶାଯାଇଛି। ପ୍ରବେଶ ଶୁଳ୍କର ୩ ପ୍ରତିଶତ କଣ୍ଟିଜେନ୍ସୀ ହିସାବରେ ୧.୪୦ କୋଟି ଟଙ୍କା ହେଉଛି ବୋଲି ତ୍ରୁଟିପୂର୍ଣ୍ଣ ଭାବେ ଦର୍ଶାଯାଇଛି। କିନ୍ତୁ ପ୍ରକୃତରେ ହିସାବ କଲେ ଏହା ଏକ ଲକ୍ଷ ଟଙ୍କା ହେଉଛି। ଠିକ୍ ହିସାବ କରିଲେ ୪୬ କୋଟି ୯୩ ଲକ୍ଷ ବିଲ୍ ହେଉଛି। ହସାବରେ ଗଡ଼ବଡ଼ କରି ୨୦୧୪ ଜୁନ୍ ୧୧ ତାରିଖରେ ୪୮ କୋଟି ଟଙ୍କା ବିଲ୍ ପେମେଣ୍ଟ ହୋଇଛି।
ଫନିରେ ଅପ୍ଟିକାଲ୍ ଗ୍ରାଉଣ୍ଡ ଓ୍ବେର୍ ପୁନରୁଦ୍ଧାର କାମରେ ବି ସାଙ୍ଘାତିକ ଜାଲିଆତି ହୋଇଛି। ୧୩୨ କେଭି ପୁରୀ-ନିମାପଡା, ଚନ୍ଦକା-ନିମାପଡା, ପୁରୀ-ଖୋର୍ଦ୍ଧା ଓ ଚନ୍ଦକା-ବିଡାନାସୀ-ଚୌଦ୍ବାରରେ ୪୬ କୋଟି ୩୯ ଲକ୍ଷ ଟଙ୍କାର ପୁନରୁଦ୍ଧାର କାମକୁ ଓପିଟିସିଏଲ୍ର ରେଟ୍ କଣ୍ଟାକ୍ଟର ନଥିବା ଜେବିଏସ୍ ପାଓ୍ବାରସ୍ ସଂସ୍ଥାକୁ ଟେକି ଦିଆଯାଇଥିଲା। ରେଟ୍ କଣ୍ଟାକ୍ଟର ଥାଇ ବି ତାଙ୍କୁ ପୁନରୁଦ୍ଧାର କାମ ଦିଆଯାଇନଥିଲା। ଓପିଟିସିଏଲ୍ରେ ହୋଇଥିବା ଏଭଳି ଅନିୟମିତତା ଓ ଦୁର୍ନିତୀ ସମ୍ପର୍କରେ ପଚାରିବାରୁ ସିଜିଏକ୍ (ଇନଚାର୍ଜ) କେଟିଆର ଆଚାରୀ କହିଛନ୍ତି, ସେ ସମୟରେ ଆଉ ଜଣେ ଅଧିକାରୀ ଦାୟିତ୍ବରେ ଥିଲେ। ମୁଁ ଏବେ ନୂଆ କରି ଆସିଛି। ସମସ୍ତ ଦିଗକୁ ସେ ତଦନ୍ତ କରିବେ ବୋଲି କହିଛନ୍ତି।
Comments are closed.