Odisha Link
Bridging the Missing Links in Odisha

ଓଡ଼ିଆ କ୍ରିକେଟର ରାଜେଶଙ୍କ ଉପରୁ ଉଠିଲା ବାସନ୍ଦ

ଭୁବନେଶ୍ବର: ଓଡ଼ିଆ ପୁଅ ରାଜେଶ ମହାନ୍ତିଙ୍କ ଉପରୁ ଉଠିଲା ବାସନ୍ଦ ନିର୍ଦ୍ଦେଶ। ବିସିସିଆଇ ରାଜେଶଙ୍କ ଉପରୁ ଉଠାଇଛି ବାସନ୍ଦାଦେଶ। ଜାଲ୍‌ ବୟସ ପ୍ରମାଣପତ୍ର ଯୋଗୁଁ ଘରୋଇ କ୍ରିକେଟରୁ ବାସନ୍ଦ ହୋଇଥିବା ଓଡ଼ିଶା ରଣଜୀ ଦଳର ଦ୍ରୁତ ବୋଲର ରାଜେଶ ମହାନ୍ତିଙ୍କ ଉପରୁ ସମସ୍ତ ଦଣ୍ଡ ଉଠାଇ ନେଇଛି ବିସିସିଆଇ। ତାଙ୍କୁ ଏଥର ସମସ୍ତ ପ୍ରକାରର ମ୍ୟାଚରେ ଖେଳିବାକୁ ବିସିସିଆଇ ଅନୁମତି ଦେଇଛି। ୨୦୧୬ ସେପ୍ଟେମ୍ବର ୨୮ ତାରିଖରୁ ରାଜେଶଙ୍କୁ ଉକ୍ତ ବୟସ ଜାଲିଆତି ଘଟଣାରେ ବର୍ଷେ ପାଇଁ ବାସନ୍ଦ କରାଯାଇଥିଲା।

ତେଣୁ ତାଙ୍କ ବିରୋଧରେ ପୂର୍ବରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବାରୁ ଏଥର ପୁନର୍ବାର ସମାନ ଘଟଣା ପାଇଁ ଆଉ ଥରେ ଦଣ୍ଡ ଦିଆଯାଇପାରିବନି। ଏଥିପାଇଁ ବିସିସିଆଇ ପକ୍ଷରୁ ରାଜେଶଙ୍କୁ ଚଳିତ ଋତୁରେ ଖେଳିବାକୁ ଅନୁମତି ଦିଆଯାଇଥିବା ଜଣାପଡ଼ିଛି।

Comments are closed.