ଭାଲୁ ଆକ୍ରମଣରେ ମହିଳା ଆହତ
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଡୁଙ୍ଗରୀଗୁଡା ଗାଁରେ ଭାଲୁ ଆକ୍ରମଣରେ ଜଣେ ଗୁରୁତର ହୋଇଛନ୍ତି। ଗୁରୁତର ବ୍ୟକ୍ତିଙ୍କୁ ଧର୍ମଗଡ ଉପଖଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ, କଳାହାଣ୍ଡି ଜିଲ୍ଲା ଡୁଙ୍ଗରୀଗୁଡା ଗାଁ ଜଙ୍ଗଲକୁ ଶୌଚ ପାଇଁ ଯାଇଥିବା ବେଳେ ଭାଲୁ ଆକ୍ରମଣ କରିଛି। ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ଗୁରୁତର ବ୍ୟକ୍ତି ଶଶୀ ଆଗ୍ରିଆଙ୍କୁ ଧର୍ମଗଡ ହସ୍ପିଟାଲ ରେ ଭର୍ତ୍ତି କରାଯାଇଛି। ସପ୍ତାହେ ମଧ୍ୟରେ ଡୁଙ୍ଗରିଗୁଡ଼ା ଗାଁ ଅଞ୍ଚଳରେ ଭାଲୁ ଆକ୍ରମଣ ଏହା ଦ୍ୱିତୀୟ ଘଟଣା। ବିଶିଭରନୀ ଜଙ୍ଗଲରୁ ଖାଦ୍ୟ ଅନ୍ବେଷଣରେ ଭାଲୁ ଗାଁକୁ ପଶି ଆସୁଥିବା ଅଭିଯୋଗ ହୋଇଛି। ଯାହାଫଳରେ କି ସ୍ଥାନୀୟ ଗ୍ରାମବାସୀମାନେ ଭାଲୁ ଆକ୍ରମଣ ର ଶୀକାର ହେଉଛନ୍ତି। ସେପଟେ ବନ ବିଭାଗ ନିଜର ଅସହାୟତା ପ୍ରକାଶ କରୁଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି।
Comments are closed.