Odisha Link
Bridging the Missing Links in Odisha

ଆଜିଠୁ ଏହି ରାଜ୍ୟରେ ବ୍ୟାନ ହେଲା ଗୁଟଖା

କୋଲକାତା: ଆଜିଠାରୁ ପଶ୍ଚିମବଙ୍ଗରେ ଗୁଟଖା ବ୍ୟାନ। ଏନେଇ ଘୋଷଣା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଗୁଟଖା ଓ ତମ୍ବାଖୁ ତଥା ନକୋଟିନ ଯୁକ୍ତ ପାନ ମସଲାର ଉତ୍ପାଦନ ଓ ବିକ୍ରି ନେଇ କଟକଣା ଜାରି କଲେ ପଶ୍ଚିମବଙ୍ଗ ସରକାର।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ନିକଟରେ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ ଖାଦ୍ୟ ସୁରକ୍ଷା ଆଇନ ବଳରେ ଗୁଟଖା ଓ ପାନ ମସଲାର ଉତ୍ପାଦନ, ବିତରଣ ଓ ବିକ୍ରି ସଂପୂର୍ଣ୍ଣ ରୂପେ କଟକଣା କରି ଦିଆଯିବ। ପଶ୍ଚିମବଙ୍ଗରେ ନଭେମ୍ବର ୭ଠାରୁ ନୂତନ ନିୟମ ପ୍ରଭାବିତ ହେବ।

ପୂର୍ବରୁ ବିହାର, ଉତ୍ତରାଖଣ୍ଡ ଓ ରାଜସ୍ଥାନ ସମେତ ଅନେକ ରାଜ୍ୟରେ ଗୁଟଖା, ମାଗନେସିୟମ କାର୍ବୋନେଟ ଓ ମିନିରାଲ ତୈଳଯୁକ୍ତ ପାନ ମସଲା ବିକ୍ରି ଓ ଉତ୍ପାଦନ କଟକଣା ଜାରି ରହିଛି। ପଶ୍ଚିମବଙ୍ଗରେ ୨୦ ପ୍ରତିଶତରୁ ଅଧିକ ଲୋକ ତମ୍ବାଖୁ ସେବନ କରିଥାନ୍ତି। ଏଥିରେ ୮୨.୮ ପ୍ରତିଶତ ପୁରୁଷ ଓ ୧୭.୨ ପ୍ରତିଶତ ମହିଳା ସାମିଲ ଅଛନ୍ତି।

ସୂଚନାଥାଉକି, ଏହା ପୂର୍ବରୁ ବିହାର, ଉତ୍ତରାଖଣ୍ଡ ଓ ରାଜସ୍ଥାନ ସମେତ ଅନେକ ରାଜ୍ୟରେ ଗୁଟଖା, ମାଗନେସିୟମ କାର୍ବୋନେଟ ଓ ମିନିରାଲ ତୈଳଯୁକ୍ତ ପାନ ମସଲା ବିକ୍ରି ଓ ଉତ୍ପାଦନ କଟକଣା ରହିଛି।

Comments are closed.