ମହିଳା ମାଓବାଦୀର ଆତ୍ମସମର୍ପଣ
ରାୟଗଡା: ରାୟଗଡା ପୋଲିସ ନିକଟରେ ଆଜି ଜଣେ ମହିଳା ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ମହିଳା ମାଓବାଦୀଙ୍କ ନାମ ପାର୍ବତି। ବିଭିନ୍ନ ମାଓବାଦୀ କାର୍ଯ୍ୟକଳାପରେ ସାମିଲ ଥିବା ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି।
ସୂଚନା ଅନୁସାରେ, ଆତ୍ମସମର୍ପଣ କରିଥିବା ମହିଳା ମାଓବାଦୀ ପାର୍ବତୀ ରାୟଗଡା ଓ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ହିଂସାରେ ସାମିଲ ଥିଲେ। ଯେପରି ରାୟଗଡା ଜିଲ୍ଲା ନିୟମଗିରି ପାହାଡରେ ତାଚ୍ରାକାବଣ୍ଡଲି ଗାଁ ନିକଟରେ ପୋଲିସ ସହ ଗୁଳିବିନିମୟ ଘଟଣା, ଧାନପଙ୍ଗା ଗାଁରେ ଡିଭିଏଫ ଯବାନଙ୍କ ସହ ଗୁଳିବିନିମୟ, ଜାରଣା ନିକଟରେ ଏସଓଜି ଯବାନଙ୍କୁ ହତ୍ୟା ଉଦ୍ୟମ, କାଠଗଡାରେ ଡିଭିଏଫ ଯବାନଙ୍କୁ ହତ୍ୟା , କଳାହାଣ୍ଡି ଜିଲ୍ଲାର ଠିକାଦାର ରାଜେନ୍ଦ୍ର ସାହୁଙ୍କୁ ହତ୍ୟା, ଝିମିରି ଗାଁରେ ଗୁଳିବିନିମୟରେ ପରି ହିଂସାକାଣ୍ଡରେ ସାମିଲ ଥିଲେ ପାର୍ବତୀ। ପାର୍ବତୀଙ୍କ ନାମରେ ୧ଲକ୍ଷ ଟଙ୍କାର ପୁରସ୍କାର ରାଶି ମଧ୍ୟ ରହିଛି। ମାଓ ସଂଗଠନରେ ଅତ୍ୟାଚାର ବଢିବା ପରେ ସେ ସଂଗଠନ ଛାଡି ଆତ୍ମସମର୍ପଣ କରିଥିବା ନେଇ ପ୍ରେସମିଟରେ ପୋଲିସ ସୂଚନା ଦେଇଛି। ଛତିଶଗଡ ବିଜାପୁର ଜିଲ୍ଲାର ଓ୍ବାଚମ ଗାଁ ଆତ୍ମସମର୍ପଣ କରିଥିବା ମାଓବାଦୀ ଘର ଥିବା ବେଳେ ମହିଳା ଙ୍କ ସ୍ବାମୀ ରାଜୁ ମାଓ ସଂଗଠନର ଜଣେ କେନ୍ଦ୍ରୀୟ କମିଟିର ସଦସ୍ୟ ରହିଛନ୍ତି।
Comments are closed.