Odisha Link
Bridging the Missing Links in Odisha

ଅଯୋଧ୍ୟା ମାମଲା: ରାୟ ପ୍ରକାଶ ପୂର୍ବରୁ ଆମ୍ବେଦକର ନଗରର ୮ଟି ଅସ୍ଥାୟୀ ଜେଲ୍

ନୂଆଦିଲ୍ଲୀ: ଆଉ କିଛିଦିନ ମଧ୍ୟରେ ବିବାଦୀୟ ଅଯୋଧ୍ୟା ମାମଲାର ରାୟ ପ୍ରକାଶ କରି ପାରନ୍ତି ସୁପ୍ରମକୋଟ। ଏହି ସବୁକୁ ନଜଜରରେ ରଖି ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ସଜାଗ ରହିଛି ପ୍ରଶାସନ। ଉତ୍ତର ପ୍ରଦେଶର ଆମ୍ବେଦକର ନଗରରେ ଥିବା ଭିନ୍ନ ଭିନ୍ନ କଲଜରେ ଆଠଟି ଅସ୍ଥାୟୀ ଜେଲ୍‌ ଖୋଲିଛନ୍ତି।

ଅମ୍ବେଦକର ଜିଲ୍ଲା ସ୍କୁଲ୍‌ ଇନ୍‌ସ୍‌ପେକ୍ଟର୍‌ ଜାରି କରିଥିବା ଚିଠିରେ ଉଲ୍ଲେଖ ଅଛି ଯେ ଆକବରପୁର, ତଣ୍ଡା, ଜଲାଲପୁର, ଜଇତପୁର, ଭିତି ଏବଂ ଆଲ୍ଲାପୁରରେ ଜେଲ୍‌ ଖୋଲାଯାଇଛି। ଚିଠିରେ ଆହୁରି ମଧ୍ୟ ଉଲ୍ଲେଖ ଅଛି ଯେ ଏହି ସ୍କୁଲ୍‌ଗୁଡ଼ିକର ପ୍ରିନ୍‌ସିପାଲ୍‌ ଏବଂ କର୍ମଚାରୀମାନେ ଖୋଲାଯିବାକୁ ଥିବା ପ୍ରତି ଜେଲ୍‌ର ଷ୍ଟେସନ୍‌ ଇନ୍‌ଚାର୍ଜଙ୍କୁ ମୌଳିକ ସୁବିଧା ଯୋଗାଇ ଦେଇଛନ୍ତି। ଏଥିସହିତ ପ୍ରତିଷେଧକ ବ୍ୟବସ୍ଥାସ୍ୱରୂପ ଅଯୋଧ୍ୟାରେ ନିରାପତ୍ତା ବ୍ୟବସ୍ଥା କଠୋର କରାଯାଇ ୧୪୪ ଧାରା ଜାରି କରାଯାଇଛି। ନଭେମ୍ବର ୧୭ ତାରିଖରେ ପ୍ରଧାନ ବିଚାରପତି ଅବସର ନେଉଥିବାରୁ ଆସନ୍ତା ସପ୍ତାହରେ ଅଯୋଧ୍ୟ ଜମି ବିବାଦ ରାୟ ଶୁଣାଇବାର ସମ୍ଭାବନା ରହିଛି।

Comments are closed.