ନୂଆ ବିଚାରପତିଭାବେ ଶପଥ ନେବେ ବିଭୁପ୍ରସାଦ

କଟକ: ଓଡିଶା ହାଇକୋର୍ଟର ଆଜି ନୂଆ ବିଚାରପତିଭାବେ ଶପଥ ନେବେ ବିଭୁପ୍ରସାଦ ରାଉତରାୟ। ଦିନ ୨ଟାରେ ହାଇକୋର୍ଟ ନ୍ୟୁ କନଫରେନ୍ସ ହଲରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ରହିଛି।
ସୁପ୍ରିମକୋର୍ଟର ପ୍ରଧାନବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ, ଜଷ୍ଟିସ ଏସ.ଏ ବୋବଡେ ଓ ଜଷ୍ଟିସ ଏନ.ଭି ରମନାଙ୍କୁ ନେଇ ଗଠିତ କଲେଜିୟମ ଶ୍ରୀ ବିଭୁପ୍ରସାଦ ରାଉତରାୟଙ୍କ ନାଁ ବିଚାରପତି ପଦପାଇଁ ଅକ୍ଟୋବର ୩ତାରିଖରେ ସୁପାରିଶ କରିଥିଲେ । କେନ୍ଦ୍ରସରକାର ଏନେଇ ବିଜ୍ଞପ୍ତି ପ୍ରକାଶ କରିଥିଲେ ।ଆଜି ହାଇକୋର୍ଟର ନୂତନ ବିଚାରପତି ଭାବେ ଶପଥ ନେବେ ବିଭୁପ୍ରସାଦ ରାଉତରାୟ।
Comments are closed.