Odisha Link
Bridging the Missing Links in Odisha

ପଲଥିନ୍ ଦିଅନ୍ତୁ, ଝୋଟ ବ୍ୟାଗ ନିଅନ୍ତୁ

ଭୁବନେଶ୍ବର: ପଲଥିନ୍‌, ପ୍ଲାଷ୍ଟିକ ବୋତଲ ଦିଅନ୍ତୁ ପ୍ରତିବଦଳରେ ଏକ ଝୋଟ ବ୍ୟାଗ ନିଅନ୍ତୁ। ଏଭଳି ଏକ ଅଭିନବ ଉପାୟରେ ପ୍ଲାଷ୍ଟିକ ବ୍ୟବହାର ନ ରିବା ପାଇଁ ସଚେତନତା ବାର୍ତ୍ତା ବାଣ୍ଟୁଛନ୍ତି ନବୋଦୟ ଆଲୁମିନି ଆସୋସିଏସନ୍‌ ଅଫ ଓଡ଼ିଶା ନାମକ ଏକ ସଙ୍ଗଠନର କାର୍ଯ୍ୟକର୍ତ୍ତା ଗଣ। ‘ Say no to single use of plastic‘ କ୍ୟାମ୍ପେନ କରୁଛନ୍ତି ଏହି ସଙ୍ଗଠନର କାର୍ଯ୍ୟକର୍ତ୍ତା ଗଣ।

ଭୁବନେଶ୍ୱରର ନିଳାଦ୍ରିବିହାର ବୁଦ୍ଧ ପାର୍କ ଏବଂ IG ପାର୍କ ଠାରେ ନବୋଦୟ ବିଦ୍ୟାଳୟର ପୂରାତନ ଛାତ୍ରଛାତ୍ରୀ ଏକାଠି ହୋଇ ଏଭଳି ଏକ ସଚେତନତା ସୃଷ୍ଟି କରିଛନ୍ତି। ଆପଣ ୧୦ ଟି ଲେଖାଏଁ ଯେକୌଣସି ପଲିଥିନ ଜରି, କପ, ଷ୍ଟ୍ର କିମ୍ବା ପ୍ଲାଷ୍ଟିକ ବୋତଲ ଆଣି ଏକ ଝୋଟ ବ୍ୟାଗଟି ଏ ନେଇପାରିବେ। ଜଣେ ବ୍ୟକ୍ତି କେବଳ ଗୋଟିଏ ବ୍ୟାଗ ନେଇ ପାରିବେ। ବ୍ୟାଗଟି ନେବା ସମୟରେ ଆପଣଙ୍କୁ ଗୋଟିଏ ଶପଥ ନେବାକୁ ପଡ଼ିବ SAY NO TO SINGLE USE PLASTIC, ସ୍ୱଚ୍ଛ ସବୁଜ ଓ ସମୃଦ୍ଧ ଓଡ଼ିଶା ଗଠନ ମୋ ଦାୟିତ୍ୱ।

NAAO ପୁରାତନ ଛାତ୍ର ସଂଗଠନ ଏପରି ଅଭିନବ ପ୍ରୟାସ ମାଧ୍ୟମରେ ଜନ ସଚେତନତା କରିବା ପାଇଁ ଲାଗି ପଡିଛି।

Comments are closed.