Odisha Link
Bridging the Missing Links in Odisha

କେନ୍ଦ୍ରାପଡ଼ା ସାଂସଦ ଅନୁଭବଙ୍କ ନାଁରେ ମାମଲା

ଭୁବନେଶ୍ୱର: ଏକ ବୈଦୁ୍ୟତିକ ଗଣମାଧ୍ୟମର କର୍ତ୍ତ୍ୟବରତ ସାମ୍ବାଦିକ ମନୋଜ ସ୍ୱାଇଁଙ୍କୁ ଦୁର୍ବ୍ୟବହାର କରିଥିବା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। କେନ୍ଦ୍ରାପଡ଼ା ଥାନାରେ ଏହି ମାମଲା ରୁଜୁ କରାଯାଇଛି। ସାମ୍ବାଦିକ ମନୋଜ ସ୍ୱାଇଁଙ୍କ ଏତଲା ଆଧାରରେ ଏହି ମାମଲା ରୁଜୁ କରାଯାଇଛି। ଆଇପିସିର ଦଫା ୩୪୧, ୩୨୩, ୨୯୪, ୫୦୦ ଓ ୫୦୬ରେ ଏହି ମାମଲା ରୁଜୁ କରାଯାଇଛି। ଗତ ୫ ତାରିଖ ସନ୍ଧ୍ୟାରେ ଅନୁଭବ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସାମ୍ବାଦିକ ମନୋଜ ସ୍ୱାଇଁଙ୍କୁ ଦୁର୍ବ୍ୟବହାର କରିଥିଲେ। ଏହି ଘଟଣାକୁ ନେଇ ସାରା ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ରାଜ୍ୟ ତମାମ ସାମ୍ବାଦିକମାନେ ଘଟଣାର ପ୍ରତିବାଦ କରୁଛନ୍ତି।
ଏନେଇ ଗତକାଲି ଭୁବନେଶ୍ୱରରେ ଗଣମାଧ୍ୟମ ପ୍ରତିନିଧିମାନେ ଏକାଠି ହୋଇ ଏହାର ପ୍ରତିବାଦ କରିଥିଲେ। ଖାଲି ସେତିକି ନୁହେଁ ଅନୁଭବଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ। ଆଉ ଏଥିପାଇଁ ଗଣମାଧ୍ୟମ ପ୍ରତିନିଧିମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ୨୪ ଘଣ୍ଟାର ମହଲତ ଦେଇଛନ୍ତି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସାଂସଦ କ୍ଷମା ମାଗିବାକୁ ଗଣମାଧ୍ୟମ ପ୍ରତିନିଧିମାନେ ଦାବି କରିଛନ୍ତି।

Comments are closed.