ଗାନ୍ଧି ପରିବାର ସଦସ୍ୟଙ୍କୁ ମିଳିବ ‘ଜେଡ୍ ପ୍ଲସ୍’ ସୁରକ୍ଷା
ନୂଆଦିଲ୍ଲୀ: ଏଣିକି ଗାନ୍ଧି ପରିବାର ସଦସ୍ୟଙ୍କୁ ମିଳିବ ‘ଜେଡ୍ ପ୍ଲସ୍’ ସୁରକ୍ଷା। ଗାନ୍ଧି ପରିବାର ସଦସ୍ୟଙ୍କଠୁ ହଟାଟିବ ଏସ୍ପିଜି ସୁରକ୍ଷା। ଏହାରି ବଳରେ ସୋନିଆ ଗାନ୍ଧି, ରାହୁଲ ଗାନ୍ଧି ଏବଂ ପ୍ରିୟଙ୍କା ଗାନ୍ଧିଙ୍କ ସୁରକ୍ଷା ପାଇଁ ଆଉ ନିୟୋଜିତ ହେବେନି ଏସ୍ପିଜି ଯବାନ। କେନ୍ଦ୍ର ସରକାର ଏହି ସମ୍ଭ୍ରାନ୍ତ ଶ୍ରେଣୀର ସୁରକ୍ଷା ବ୍ୟବସ୍ଥା ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି।
Govt Sources: Gandhi family (Sonia Gandhi, Rahul Gandhi and Priyanka Gandhi Vadra) will be given Z+ secuirty cover by Central Reserve Police Force all over India. https://t.co/vgBQggdCqc
— ANI (@ANI) November 8, 2019
ସର୍ବଭାରତୀୟ ସ୍ତରରେ ବର୍ତ୍ତମାନ ଗାନ୍ଧି ପରିବାରକୁ ସିଆରପିଏଫ୍ ପକ୍ଷରୁ ‘ଜେଡ୍ ପ୍ଲସ୍’ ଯୋଗାଇଦିଆଯିବ। ସୁରକ୍ଷା ବ୍ୟବସ୍ଥାର ପୁର୍ନନିର୍ଦ୍ଧାରଣ କରାଯିବା ଅବସରରେ କେନ୍ଦ୍ର ସରକାର ସ୍ପେଶାଲ ପ୍ରୋଟେକ୍ସନ୍ ଗ୍ରୁପ୍ (ଏସ୍ପିଜି) ସୁରକ୍ଷା ହଟାଇବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।
Comments are closed.