Odisha Link
Bridging the Missing Links in Odisha

ରାଜ୍ୟ ସ୍ତରୀୟ ହାସ୍ୟବ୍ୟଙ୍ଗ ସାହିତ୍ୟ ସମାରୋହ ଆୟୋଜିତ

ଭୁବନେଶ୍ବର: ଆଜି ଅଧିକାର ଫାଉନେସନ ତରଫରୁ କଳଙ୍ଗି ପୁସ୍ତକ ମେଳାର ନବମ ସନ୍ଧ୍ୟାରେ ଏକ ରାଜ୍ୟ ସ୍ତରୀୟ ହାସ୍ୟବ୍ୟଙ୍ଗ ସାହିତ୍ୟ ସମାରୋହର ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ବିଶିଷ୍ଟ କବି ତଥା ପୂୂର୍ବତନ ସାାଂସଦ ଡଃ ପ୍ରଶନ୍ନ ପାଟ୍ଟସାଣୀ ଏବଂ ଓଡ଼ିଶା କଳା, ସାହିତ୍ୟ ସଂସ୍କୃତି ବିଭାଗର ରାଜ୍ୟ ପ୍ରକଳ୍ପ ସଂଯୋଜକ ବାସୁଦେବ ମାଲବିଷୋୟୀ ପ୍ରଦୀପ ପ୍ରଜ୍ୱଳନ କରି ଶୁଭାରମ୍ଭ କରିଥିଲେ। ବିଶିଷ୍ଟ ଶିକ୍ଷାବତି ଡଃ ରଜନୀକାନ୍ତ ତରାଇଙ୍କ ସଭାପତିତ୍ବରେ ଅନୁଷ୍ଠିତ ପ୍ରାଥମିକ ସଭାରେ ଡଃ ପାଟ୍ଟଶାଣୀ, ଶ୍ରୀ ମାଲବିଷୋୟୀ, ଓଡ଼ିଆ ମିଡିଆ ନିର୍ଦ୍ଦେଶକ ଶୁଭ୍ରାଂଶୁ ପଣ୍ଡା, ଡଃ କୁଳାଙ୍ଗାର, କଳିଙ୍ଗ ପୁସ୍ତକ ମେଳାର ସମ୍ପାନିକା ରେଣୁକା ମିଶ୍ର ପ୍ରମୁଖ ସମାଜରେ ହାସ୍ୟ ବ୍ୟଙ୍ଗ ସାହିତ୍ୟର ଗୁରୁତ୍ବ ଏବଂ ହାସ୍ୟ ବ୍ୟଙ୍ଗ ସାହିତ୍ୟର ପ୍ରଚାର ପ୍ରସାରର ଆବଶ୍ୟକତାକୁ ନେଇ ନିଜସ୍ବ ମତ ପୋଷଣ କରିଛନ୍ତି।

ଅଧିକାର ଫାଉଣ୍ଡେସନର ସଂପାଦକ ଗିରିଶ ରଞ୍ଜନ ସ୍ବାଗତ ଅଭିଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ସୁଶ୍ରୀ ସରିତା ପୃଷ୍ଟି ମଞ୍ଚର ପରିଚାଳନା କରିଥିବାବେଳେ ପୂର୍ଣ୍ଣାନନ୍ଦ ମହାନ୍ତି କଳିଙ୍ଗ ପୁସ୍ତକ ମେଳା ବିଷୟରେ ସମ୍ୟକ ଧାରଣା ଦେଇ ଅତିଥିମାନଙ୍କୁ ସ୍ବାଗତ କରିଥିଲେ ଓ କବି ଶାରଦା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଅନୁଷ୍ଠାନ ତରଫରୁ ହାସ୍ୟବ୍ୟଙ୍ଗ ସାହିତ୍ୟକୁ ପ୍ରୋତ୍ସାହନ ଦେବା ପାଇଁ ଉକ୍ତ ସଭାରେ ହାସ୍ୟ ବ୍ୟଙ୍ଗ ସାହିତ୍ୟ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଥିବା ବିଶିଷ୍ଟ ବ୍ୟଙ୍ଗକବି ମାନଙ୍କୁ ‘ ବ୍ୟଙ୍ଗବୀର’ ସମ୍ମାନରେ ସମ୍ମାନିତ କରାଯାଇଥିଲା।

ଦ୍ବିତୀୟ ପର୍ଯ୍ୟାୟରେ ରାଜ୍ୟସ୍ତରୀୟ ପ୍ରତିଷ୍ଠିତ ବ୍ୟଙ୍ଗକବି ମାନଙ୍କୁ ନେଇ ‘ହସ ଏକ୍ସପ୍ରେସ୍’ ନାମକ ଏକ ହାସ୍ୟବ୍ୟଙ୍ଗ କବି ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଥିଲା। ହସ ଏକ୍ସପ୍ରେସର ହାସ୍ୟବ୍ୟଙ୍ଗ କବିତା ମଞ୍ଚରେ ଶ୍ରୀଯୁକ୍ତ ସତ୍ୟାନାଶ, ଡଃ କୁଳାଙ୍ଗାର, ଶାନ୍ତନୁ ପାଣିଗ୍ରାହୀ, ଡଃ ରମାକାନ୍ତ ମହାପାତ୍ର, କବି ଦୁର୍ବଳିଆ, ଆର୍ତ୍ତତ୍ରାଣ ମିଶ୍ର, କିଶୋର ରଥ, ଗିରିଶ୍‌ ରଞ୍ଜନ, ନୀଳିମା ସାହୁ ଏବଂ ଶାରଦା ମହାପାତ୍ର ପ୍ରମୁଖଙ୍କ କବିତା ଗୁଡ଼ିକ ଉପସ୍ଥିତ ଦର୍ଶକଙ୍କୁ ଏକ ହାସ୍ୟରସାତ୍ମକ ପରିବେଶରେ ବାନ୍ଧି ରଖିଥିଲା।

Comments are closed.