Odisha Link
Bridging the Missing Links in Odisha

ଆପୋଲୋରେ ନିଆଁ

ଭୁବନେଶ୍ବର: ଆଜି ଅପରାହ୍ନରେ ଭୁବନେଶ୍ବର ଆପୋଲୋ ହସ୍ପିଟାଲରେ ଅଗ୍ନିକାଣ୍ଡ। ତେବେ ସୁରକ୍ଷାକର୍ମୀମାନେ ତୁରନ୍ତ ଅଗ୍ନିକୁ ଆୟତ କରି ନେଇଥିବା ବେଳେ ଏହା ଦ୍ୱାରା କେହି ମୃତାହତ ହୋଇନାହାନ୍ତି।
ମିଳିଥିବା ସୂଚନା ଅନୁସାରେ, ଆପୋଲୋ ହସ୍ପିଟାଲ ଆନେକ୍ସ ବିଲ୍ଡିଂର ତଳ ମହଲାରେ ଥିବା ଏ.ସି. ପ୍ଲାଣ୍ଟରେ ବିଦ୍ୟୁତ୍ ସର୍ଟସର୍କିଟ୍ ଯୋଗୁଁ ନିଆଁ ଲାଗି ଯାଇଥିଲା। ଏତେ ବଡ଼ ଏସି ପ୍ଲାଣ୍ଟ ହୋଇଥିଲେ ବି ସେଠାରେ ନିଆଁ ଲିଭାଇବା ପାଇଁ କୌଣସି ବ୍ୟବସ୍ଥା ନ ଥିବାରୁ ସୁରକ୍ଷା କର୍ମୀ ହସ୍ପିଟାଲର ବହିର୍ବିଭାଗ ରିସେପ୍ସନରୁ ନିଆଁଲିଭା ଗ୍ୟାସ୍ ସିଲିଣ୍ଡର ନେଇ ନିଆଁକୁ ଆୟତ୍ତ କରିଥିଲେ।

Comments are closed.