Odisha Link
Bridging the Missing Links in Odisha

ମୁଖ୍ୟମନ୍ତ୍ରୀଙ୍କ ପ୍ରବର୍ତ୍ତିତ ୫ ‘ଟି’ ସୂତ୍ର ଆଧାରରେ କାର୍ଯ୍ୟକରିବାକୁ ନିର୍ଦ୍ଦେଶ : ଅରୁଣ

ଭୁବନେଶ୍ୱର : କୃଷି ଓ କୃଷକମାନଙ୍କୁ ବିଭିନ୍ନ ଯୋଜନାର ସୁଫଳ ସିଧାସଳଖ ପହଞ୍ଚାଇବା ପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ବ୍ଲକ୍‌ ଓ ପଞ୍ଚାୟତ ସ୍ତରରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କ ପ୍ରବର୍ତ୍ତିତ ୫ ‘ଟି’ ସୂତ୍ର କଡ଼ାକଡ଼ି ଭାବରେ କାର୍ଯ୍ୟକାରୀ କରାଯିବ । କର୍ମଚାରୀ ଓ ଅଧିକାରୀମାନେ କୃଷକମାନଙ୍କ ସମସ୍ୟାଗୁଡ଼ିକ ବୁଝି ସମୟ ଅନୁସାରେ ସଂପୂର୍ଣ୍ଣ ସ୍ୱଚ୍ଛ ତଥା ପାରଦର୍ଶୀ ଭାବରେ ସରକାରୀ ସହାୟତାଗୁଡ଼ିକ କୃଷକମାନଙ୍କ ନିକଟରେ ପହଞ୍ଚାଇବା ଦିଗରେ କାର୍ଯ୍ୟକରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂ ପଦ ବିକାଶ, ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି ।

କୃଷି ଭବନଠାରେ ଆୟୋଜିତ ଦୁଇଦିନିଆ ପ୍ରାକ୍‌ରବି କର୍ମଶାଳାର ଉଦ୍‌ଯାପନ ଅଧିବେଶନରେ ଯୋଗଦେବା ଅବସରରେ ମନ୍ତ୍ରୀ ଡ. ସାହୁ କହିଲେ ଯେ ବିଭିନ୍ନ ପ୍ରକାରର ପ୍ରାକୃତିକ ବିପର୍ଯ୍ୟାୟର ସାମ୍ନା ଓ ପ୍ରତିକୂଳ ପରିସ୍ଥିତି ମଧ୍ୟ ଦେଇ କୃଷକ ମାନ ଙ୍କୁ କାର୍ଯ୍ୟକରିବାକୁ ପଡ଼ୁଥିବାରୁ ସେମାନ ଙ୍କ ର ଆୟ ବୃଦ୍ଧି ସହ ଉତ୍ପାଦନ ବୃଦ୍ଧି ନିମେ; ଠିକ୍‌ ସମୟରେ ଉ ପଯୁକ୍ତ ମାନର ବିହନ ଯୋଗାଣ, ଆବଶ୍ୟକତା ଅନୁଯାୟୀ କୀଟ ରୋଗ ପରିଚାଳନା, କୃଷି ଉତ୍ପାଦର ବିପଣନ କରି ଚାଷୀଙ୍କୁ ଉତ୍ପାଦିତ ଦ୍ରବ୍ୟର ଉଚିତ ମୂଲ୍ୟ ପ୍ରଦାନ ଓ ବଜାରଭିତ୍ତିକ କୃଷି ସଂ ପ୍ରସାରଣ କରିବାକୁ ପଡ଼ିବ । ଡିସେଞ୍ଚର ୧ ତାରିଖରୁ କୃଷି ଓ କୃଷକ ସଶକ୍ତିକରଣ ବିଭାଗକୁ ‘ମୋ ସରକାର’ରେ ଅନ୍ତର୍ଭୁକ୍ତ କରିବା ଲକ୍ଷ୍ୟ ରଖାଯାଇଥିବା ପରିେ ପ୍ରକ୍ଷୀରେ କାର୍ଯ୍ୟକ୍ଷେତ୍ରରେ ଅଧିକ ତତ୍ପରତା ଦେଖାଇବା ପାଇଁ ମନ୍ତ୍ରୀ ଡ. ସାହୁ ସମସ୍ତଙ୍କୁ ନିର୍ଦ୍ଦେଶ ଦେଇଥିଲେ । କୃଷି କ୍ଷେତ୍ରରେ ହେଉଥିବା ବିଭିନ୍ନ ଅଭିନବ କାର୍ଯ୍ୟକ୍ରମ ଓ ଅଗ୍ରଗତି ସହିତ ଚାଷୀମାନଙ୍କୁ ଅବଗତ କରିବା ପାଇଁ ପ୍ରତି ପଞ୍ଚାୟତରେ କୃଷକ କର୍ମଶାଳା କରିବା ପାଇଁ ମନ୍ତ୍ରୀ ପରାମର୍ଶ ଦେଇଥିଲେ । କର୍ମଶାଳା ଅବସରରେ ମନ୍ତ୍ରୀ ଡ. ସାହୁ ରବି କାର୍ଯ୍ୟକ୍ରମ ୨୦୧୯-୨୦ର ଶୁଭ ଉନ୍ନୋଚନ କରିଥିଲେ । ଚଳିତ ୨୦୧୯-୨୦ ବର୍ଷରେ ମୋଟ ଖାଦ୍ୟଶସ୍ୟ ଉତ୍ପାଦନ ୧୮୯୮.୩୧ ହଜାର ମେଟି୍ରକ୍‌ ଟନ୍‌ ରଖାଯାଇଥିବାବେଳେ ଧାନ, ଗହମ, ମକା, ମାଣ୍ଡିଆ ସମେତ ଶସ୍ୟଜାତୀୟ ଫସଲ ୧୧୫୨.୧୫ ହଜାର ମେଟି୍ରକ୍‌ ଟନ୍‌, ମୁଗ, ବିରି ଆଦି ଡାଲିଜାତୀୟ ଫସଲ ଉତ୍ପାଦନ ୭୪୬.୧୬ ହଜାର ମେଟି୍ରକ୍‌ ଟନ୍‌, ଚିନାବାଦାମ, ରାଶି, ସୋରିଶ ଆଦି ତୈଳବୀଜ ଉତ୍ପାଦନ ଲକ୍ଷ୍ୟ ୫୧୯ ହଜାର ମେଟି୍ରକ୍‌ ଟନ୍‌, ପନି ପରିବା ୭୫୨୭.୮୩ ହଜାର ମେଟି୍ରକ୍‌ ଟନ୍‌, ମସଲା ୧୮୨.୯୩ ହଜାର ମେଟି୍ରକ୍‌ ଟନ୍‌ ଉତ୍ପାଦନର ଲକ୍ଷ୍ୟ ରଖାଯାଇଛି ।

ସେହି ପରି ଆଖୁ ଉତ୍ପାଦନ ମୋଟ ୨୨୬୫ ହଜାର ମେଟି୍ରକ୍‌ ଟନ୍‌ ଲକ୍ଷ୍ୟ ରଖାଯାଇଛି । ରବି ଋତୁରେ ୨.୮୫ ଲକ୍ଷ ହେକଫର ଜମିରେ ଧାନ ଚାଷ କରାଯିବାର ଲକ୍ଷ୍ୟ ରଖାଯାଇଥିବାବେଳେ ଡାଲିଜାତୀୟ ଫସଲ ୧୪.୩୧ ଲକ୍ଷ ହେକଫର, ତୈଳବୀଜ ୪.୨୧ ଲକ୍ଷ ହେକଫର, ପନି ପରିବା ୪୭୮ ହଜାର ହେକଫର, ମସଲା ୧.୧୦ ଲକ୍ଷ ହେକ୍ଟର ଏବଂ ଆଖୁ ୩୦ ହଜାର ହେକଫର ଚାଷ କରାଯିବା ପାଇଁ କାର୍ଯ୍ୟକ୍ରମ ସ୍ଥିର କରାଯାଇଛି । ଚଳିତ ରବି ଋତୁରେ ୫୯,୬୫୨ କ୍ୱିଣ୍ଟାଲ୍‌ ଗୁଣାତ୍ମକ ଧାନ ବିହନ ଓ ୩୩,୩୩୮ କ୍ୱିଣ୍ଟାଲ୍‌ ଅଣଧାନ ବିହନ ଯୋଗାଇଦେବାର ବ୍ୟବସ୍ଥା କରାଯାଇଛି । ଏଥି ସହିତ ଧାନ ପରିବର୍ତ୍ତେ କମ ଜଳ ଆବଶ୍ୟକ କରୁଥିବା ଓ ଅଧିକ ଲାଭଦାୟକ ଅଣଧାନ ଫସଲ ଚାଷ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି । ଅଧିକ ଲାଭ ପାଇଁ ପତିତ ଧାନ ଜମିର ଉପଯୁକ୍ତ କିସମର ତୈଳବୀଜ ଓ ଡାଲିଜାତୀୟ ଫସଲ ଓ ଜୈବିକ କୃଷିକୁ ପ୍ରୋତ୍ସାହନ ଦିଆଯାଇଛି । କର୍ମଶାଳା ଅବସରରେ କୃଷିର ମୁଖ୍ୟ ଦିଗ ଉପରେ ଆଲୋଚନା ଓ ମତାମତ ସଂଗ୍ରହ ନିମନ୍ତେ ବରିଷ୍ଠ ଅଧିକାରୀମାନଙ୍କର ୧୨ଟି ଦଳ ଗଠନ କରାଯାଇ ସ୍ୱତନ୍ତ୍ର ଭାବେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା ଏବଂ ଆଲୋଚନାର ନିର୍ଯାସ ଓ ସମସ୍ୟାଗୁଡ଼ିକର ସମାଧାନ ପାଇଁ ବିଭିନ୍ନ ଅନୁମୋଦନଗୁଡ଼ିକ ଉପସ୍ଥାପନ କରାଯାଇଥିଲେ । ଦଳଗୁଡ଼ିକ ତରଫରୁ ଦିଆଯାଇଥିବା ପ୍ରସ୍ତାବଗୁଡ଼ିକ ଅନୁଧ୍ୟାନ କରାଯାଇ କାର୍ଯ୍ୟକାରୀ କରାଯିବ ବୋଲି କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ସୌରଭ ଗର୍ଗ କହିଥିଲେ ।

କର୍ମଶାଳାରେ ମନ୍ତ୍ରୀ ଡ. ସାହୁ ଏଗ୍ରିକଲଚର ଏକ୍ସ ଟେନ ସ୍‌ ନ୍‌ ଆ ପ୍‌ର ଶୁଭାର ମ୍ଭ କରିବା ସହିତ କୃଷି ସଞ୍ଚନ୍ଧୀୟ ପୁସ୍ତକର ଶୁଭ ଉନ୍ମୋଚନ କରିଥିଲେ । ଏହି ଅବସର ରେ କୃଷି କ୍ଷେତ୍ରରେ ଉଲେଖ୍ଲନୀୟ ସଫଳତା ହାସଲ କରିଥିବା କୃଷି ଅଧିକାରୀ ଓ କୃଷି ଉନ୍ନୟନ ଆସୋସିଏଟସ୍‌ମାନଙ୍କୁ ସଞ୍ଚର୍ଦ୍ଧିତ କରାଯାଇଥିଲା । କର୍ମଶାଳାରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଡ. ମୁଥୁକୁମାର, ଉଦ୍ୟାନ କୃଷି ନିର୍ଦ୍ଦେଶକ ଡ. ବିଜୟ କେତନ ଉ ପାଧ୍ୟାୟ, ମୃର୍ତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଉନ୍ନୟନ ନିର୍ଦ୍ଦେଶକ ହେମନ୍ତ କୁମାର ପଣ୍ଡାଙ୍କ ସମେତ କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ଅଧିକାରୀ, ବିଭାଗୀୟ ବରିଷ୍ଠ ଅଧିକାରୀ, ଜିଲ୍ଲାସ୍ତରୀୟ ଅଧିକାରୀ ଓ ବିଭିନ୍ନ ଅନୁଷ୍ଠାନର ପ୍ରତିନିଧିମାନେ ଯୋଗଦେଇଥିଲେ ।

Comments are closed.