ଆଉ ୯୫ କିମି ଦୂରରେ ବୁଲ୍ବୁଲ୍
![](https://www.odishalink.com/wp-content/uploads/2019/11/cyclone-bulbul-1-2.jpg)
ଭୁବନେଶ୍ୱର: ବାତ୍ୟା ବୁଲବୁଲ ଏବେ ପାରାଦୀପ ଠାରୁ ୯୫ କିମି ଦୂରରେ ରହିଛି। ଏନେଇ ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି। ତାଙ୍କ ସୂଚନା ମୁତାବକ ବୁଲବୁଲ ଏବେ ଘଣ୍ଟାପ୍ରତି ୧୩ କିମି ବେଗରେ ଗତି କରୁଛି। ଆଜି ଅପରାହ୍ନ ୫ରୁ ରାତି ୧୦ ଟା ଭିତରେ ଲ୍ୟାଣ୍ଡଫଲ କରିପାରେ। ବୁଲବୁଲ ପୂର୍ବ ଉତ୍ତର ପୂର୍ବ ଦିଗକୁ ମୋଡ଼ ନେବା ଆରମ୍ଭ କରିଛି। ତେଣୁ ଆଉ ୪ରୁ ୫ଘଣ୍ଟା ଯାଏଁ ବର୍ଷା ଜାରି ରହିବ। ବିଶେଷ କରି ବାଲେଶ୍ୱର ଓ ଭଦ୍ରକରେ ବର୍ଷାର ପରିମାଣ ବଢିପାରେ। ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଭଦ୍ରକରେ ପ୍ରବଳ ବର୍ଷା ହୋଇଛି। ଧାମରାରେ ଘଣ୍ଟା ପ୍ରତି ୧୧୦ କିମି ବେଗରେ ପବନ ବୋହିଛି। ପାରାଦୀପ, ରାଜନଗର, ଚାନ୍ଦବାଲି ଓ ବାସୁଦେବପୁରରେ ଗଛ ଉପୁଡ଼ିଛି। ଏନଡିଆରଏଫ, ଓଡ୍ରାଫ ଟିମ ଦ୍ୱାରା ଗଛ କଟା ଆରମ୍ଭ ହୋଇଯାଇଛି। କିଛି ସ୍ଥାନରେ ବିଦୁ୍ୟତ ଖୁଣ୍ଟ ଉପୁଡ଼ି ପଡ଼ିଥିବା ସୂଚନା ମିଳିଛି। ବର୍ତ୍ତମାନ ସୁଦ୍ଧା ଅଢେଇ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଧାମରାରେ ୯ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର ପାଇଁ ସର୍ଚ୍ଚ ଟିମ ପହଞ୍ଚିଛି। ଫସଲ କ୍ଷୟକ୍ଷତି ନେଇ କୃଷି ସଚିବଙ୍କ ସହ ଆଲୋଚନା ହୋଇଛି। କ୍ଷୟକ୍ଷତି ଆକଳନ ପାଇଁ ଗୋଟିଲ ଟିମ ବାହାରିଥିବା ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି।
Comments are closed.