କର୍ତାରପୁର କରିଡର ଚେକ୍ ପୋଷ୍ଟ ଉଦ୍ଘାଟନ କରିଲେ ମୋଦି
![](https://www.odishalink.com/wp-content/uploads/2019/11/corrider-1.jpg)
ନୂଆଦିଲ୍ଲୀ:ପାକିସ୍ତାନ ଦରବାର ସାହିବ୍ ଗୁରୁଦ୍ବାର ସହ ପଞ୍ଜାବର ଗୁରୁଦାସ୍ପୁର କରିଡରର ଚେକ୍ ପୋଷ୍ଟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଉଦ୍ଘାଟନ କରିଛନ୍ତି। ଏହି ଉଦ୍ଘାଟନ ପୂର୍ବରୁ ମୋଦି ସୁଲତାନପୁର ଲୋଧି ଯାଇ ସେଠାରେ ବେର୍ ସାହିବ୍ ଗୁରୁଦ୍ବାରରେ ପୂଜାର୍ଚ୍ଚନା କରିଛନ୍ତି ଏବଂ ଡେରା ବାବା ନାନକଠାରେ ଏକ ଜନସଭାକୁ ପ୍ରଧାନମନ୍ତ୍ରୀ ଉଦ୍ବୋଧନ ଦେଇଛନ୍ତି। କର୍ତାରପୁର ଗୁରୁଦ୍ବାର ଯିବାକୁ ଥିବା ଭାରତୀୟ ତୀର୍ଥଯାତ୍ରୀମାନଙ୍କୁ ଡେରା ବାବା ନାନକ ଗୁରୁଦ୍ବାର ନିକଟ ଚେକ୍ପୋଷ୍ଟ ଠାରେ ସମସ୍ତ ସୁବିଧା ଯୋଗାଇ ଦିଆଯିବ। ସେଠାରେ ୧୫ ଏକର ଜାଗାରେ ଅତ୍ୟାଧୁନିକ ଯାତ୍ରୀ ଟର୍ମିନାଲ ବିଲ୍ଡିଂ ନିର୍ମାଣ ହୋଇଛି। ଦିନକୁ ୫୦୦୦ ଯାତ୍ରୀଙ୍କୁ ସୁବିଧା ଯୋଗାଇଦେବା ଲାଗି ୫୦ ଇମିଗ୍ରେଶନ୍ କାଉଣ୍ଟର ରହିଛି। ଏଥିସହ କିଓସ୍କି, ଓ୍ବାଶ୍ରୁମ୍, ଶିଶୁ ଯତ୍ନ, ବ୍ୟବସ୍ଥା, ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା ରହିବା ସହିତ ମୁଖ୍ୟ ବିଲ୍ଡିଂରେ ପ୍ରାର୍ଥନା କକ୍ଷ ସ୍ନାକ୍ସ କାଉଣ୍ଟର ମଧ୍ୟ ରହିଛି।
Comments are closed.