ପନ୍ତଙ୍କ ବିଷୟରେ ଏପରି କହିଲେ ରୋହିତ

ନାଗପୁର: ଆସନ୍ତାକାଲି ଭାରତ-ବାଲାଂଦେଶ ନିର୍ଣ୍ଣାୟକ ଟି-୨୦ ମ୍ୟାଚ। ଏହା ପୂର୍ବରୁ ଆଜି ନାଗପୁରରେ ସାମ୍ବାଦିକ ସମ୍ମିଳନୀରେ ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ୱିକେଟ କିପର ରିଷଭ ପନ୍ତଙ୍କ ସପକ୍ଷରେ ବାହାରିଛନ୍ତି। ପନ୍ତ ବାରମ୍ବାର ଫିଲ୍ଡରେ ତ୍ରୁଟି କରିବା ଓ ବ୍ୟାଟିଂରେ ନିଜ କମାଲ ଦେଖା ନ ପାରିବାରୁ, ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି। ତେବେ ଏଭଳି ସ୍ଥିତିରେ ରୋହିତ ଶର୍ମା ଆଜି ପନ୍ତଙ୍କ ସମାଲୋଚକଙ୍କୁ ଦୃଢ଼ ଜବାବ ଦେଇଛନ୍ତି।
ସେ କହିଛନ୍ତି, “ଆମେ ସମସ୍ତେ ଜାଣିଛୁ, ପ୍ରତିଦିନ ଓ ପ୍ରତି ସେକେଣ୍ଡରେ ରିଷଭ ପନ୍ତଙ୍କୁ ନେଇ ବହୁତ ଆଲୋଚନା ହେଉଛି। ମୁଁ ଭାବୁଛି ଆମେ ସମସ୍ତେ ପନ୍ତଙ୍କୁ ଏକୁଟିଆ ଛାଡ଼ି ଦେବା ଦରକାର। ସେ ପଡ଼ିଆରେ ନିଜ ଇଚ୍ଛାରେ ଯାହା ବି କରିବାକୁ ଚାହୁଁଛନ୍ତି, ସେଥିପାଇଁ ଆମେ ତାଙ୍କୁ ପୂରା ଅନୁମତି ଦେବା ଦରକାର। ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି କି ସେମାନେ କିଛି ସମୟ ପାଇଁ ପନ୍ତଙ୍କ ଉପରୁ ନିଜର ଆଖି ପ୍ରତ୍ୟାହାର କରି ନିଅନ୍ତୁ।
ସେ ଜଣେ ବିସ୍ଫୋରକ ଓ ସାହସୀ ବ୍ୟାଟସମ୍ୟାନ। ଆମେ(ଟିମ ମ୍ୟାନେଜମେଣ୍ଟ) ତାଙ୍କୁ ସେହି ସ୍ୱାଧୀନନତା ଦେବାକୁ ଚାହୁଁଛୁ। ଯଦି ଆପଣମାନେ କିଛି ସମୟ ପାଇଁ ପନ୍ତଙ୍କ ଉପରୁ ନଜର ପ୍ରତ୍ୟାହାର କରିନେବେ, ତା’ହେଲେ ସେ ବିନା ଚାପରେ ସବୁଠାରୁ ଭଲ ପ୍ରଦର୍ଶନ କରିବେ।
ସେ ଜଣେ ଯୁବ କ୍ରିକେଟର। ତାଙ୍କ ବୟସ ମାତ୍ର ୨୨। ସେ ଅନ୍ତର୍ଜାତୀୟ କ୍ରିକେଟରେ ନିଜ ଛାପ ଛାଡ଼ିବାକୁ ଚେଷ୍ଟା କରୁଛନ୍ତି। ସେ ପଡ଼ିଆରେ ଯାହା ବି କରୁଛନ୍ତି, ତା’କୁ ନେଇ ଲୋକମାନେ ଆଲୋଚନା ଆରମ୍ଭ କରି ଦେଉଛନ୍ତି। ହେଲେ ଏହା ଠିକ୍ ନୁହେଁ। ତେଣୁ ତାଙ୍କୁ ନିଜର ସ୍ୱାଭାବିକ କ୍ରିକେଟ ଖେଳିବାକୁ କିଛି ସମୟ ଛାଡ଼ି ଦିଅନ୍ତୁ।”
Comments are closed.