କଂଗ୍ରେସ-ଏନସିପି ପ୍ରେସ୍ ମିଟ୍, କହିଲେ ରାଷ୍ଟ୍ରପତି ଶାସନର ଆବଶ୍ୟକତା ନଥିଲା
ମୁମ୍ବାଇ: ମହାରାଷ୍ଟ୍ରରେ ଲାଗୁ ହୋଇଯାଇଛି ରାଷ୍ଟ୍ରପତି ଶାସନ। ରାଜ୍ୟପାଳ ଭଗତସିଂହଙ୍କ ସୁପାରିସ ପରେ ସମ୍ବିଧାନର ଧାରା ୩୫୬ ଅନୁସାରେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି କରିଛନ୍ତିି ରାଷ୍ଟ୍ରପତି ରାମନାଥ କୋବିନ୍ଦ।ରାଷ୍ଟ୍ରପତି ଶାସନ ଲାଗୁ ହେବା ପରେ କଂଗ୍ରେସ-ଏନସିପି ପକ୍ଷରୁ କରାଯାଇଛି ପ୍ରେସମିଟ୍ । ରାଷ୍ଟ୍ରପତି ଶାସନକୁ ବିରୋଧ କରିଛନ୍ତି ଉଭୟ ଦଳ, ରାଷ୍ଟ୍ରପତି ଶାସନର ଆବଶ୍ୟକତା ନଥିଲା ବୋଲି କହିଲା କଂଗ୍ରେସ ।ରାଜ୍ୟପାଳ କଂଗ୍ରେସକୁ ସରକାର ଗଢିବା ପାଇଁ ନ ଡାକିବା ବଡ ଭୁଲ। କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟରେ ମନମାନି କରିଛନ୍ତି ବୋଲି କହିଛି କଂଗ୍ରେସ।
NCP Chief Sharad Pawar: We are in no hurry. We will hold discussions with Congress and then take a decision (to support Shiv Sena). #MaharashtraGovtFormation pic.twitter.com/MYYYgEpKv0
— ANI (@ANI) November 12, 2019
ସରକାର ଗଠନ ନେଇ ଦୁଇ ଦଳ ମଧ୍ୟରେ ଆଲୋଚନା ଜାରି ରହିବ ବୋଲି ଦୁଇ ଦଳ କହିଛି । ଦୁଇ ଦଳର ନିଷ୍ପତ୍ତି ନେବା ପରେ ଶିବସେନା ସହ ଆଲୋଚନା ହେବ। ଅପରପକ୍ଷେ ପୁଣି ନିର୍ବାଚନ ହେଉ, ଏହା ଆମେ ଚାହୁଁନୁ ବୋଲି ଶରଦ ପାୱାର କହିଛନ୍ତି ।
Comments are closed.