ମୁନ୍ନି ପରେ ମୁନ୍ନା ହେଲେ ବଦ୍ନାମ୍

ମୁମ୍ବାଇ : ବଲିଉଡ଼ର କିଙ୍ଗ ସଲମାନ ଖାନଙ୍କ ଅନେକ ସୁପର ହିଟ୍ ସିନେମା କରି ଦର୍ଶକଙ୍କ ମନ ଜିଣି ଦେଇଛନ୍ତି । ତାଙ୍କ ଅଭିନୀତ ସିନେମା ‘ଦବଙ୍ଗ’ ଅନେକ ସଫଳତା ହାସଲ କରିଥିଲା ,ଏବେ ତାର ତୃତୀୟ ଭାଗର ଟ୍ରେଲର ରିଲିଜ ହୋଇଯାଇଛି । ପ୍ରଥମ ଭାଗ ରେ ଥିବା ଗୀତ ‘ମୁନ୍ନି ବଦନାମ୍ ହୁଇ’ ଗୀତଟି ଅନେକ ପ୍ରସଂଶା ସାଉଁଟି ଥିଲା । ଏଥିରେ ମଲାଇକା ଆରୋରାଙ୍କୁ ଦେଖିବାକୁ ମିଳିଥିଲା ।
ଏବେ ଭାଗ୩ରେ ‘ମୁନ୍ନି ବଦନାମ୍ ହୁଇ’ ବଦଳରେ ‘ମୁନ୍ନା ବଦ୍ନାମ୍ ହୁଆ’ ଗୀତଟିର ଅଡିଓଟି ରିଲିଜ୍ ହୋଇଛି । ଯାହା ଇଣ୍ଟରନେଟ ସୁପରହିଟ୍ ସାବ୍ୟସ୍ତ ହୋଇଥିବା ସମୟରେ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଛି । ରିଲିଜ ହେବାର କିଛି ସମୟରେ ପରେ ଏହାକୁ ୟୁଟ୍ୟୁବରେ ଧମାଲ କରୁଛି । ୯ ବର୍ଷ ପରେ ମୁନ୍ନା ବଦନାମ ହୁଆ ମଧ୍ୟ ହିଟ୍ ହେବ ବୋଲି ମେର୍କସ କହିଛନ୍ତି ।
ଏହି ଗୀତ ୨୦୧୦ରେ ଆସିଥିବା ଦବଙ୍ଗ ସିନେମାର ଗୀତ ‘ମୁନ୍ନି ବଦନାମ ହୁଇ’ ଟ୍ରାକ୍ରେ ରଖାଯାଇଛି। ଗୀତକୁ ଦନିଶ ଶବରୀ ଏବଂ ମମତା ଶର୍ମା, କମାଲ ଖାନ ଏବଂ ବାଦଶାହ ଗାଇଥିବା ବେଳେ ସଂଗୀତ ଦେଇଛନ୍ତି ସାଜିଦ-ଓ୍ଵାଜିଦ। ସିନେମାକୁ ପ୍ରଭୁଦେବା ନିର୍ଦ୍ଦେଶନା ଦେଉଛନ୍ତି ଓ ଚଳିତ ବର୍ଷ ଡିସେମ୍ବର ୨୦ ସିନେ ପରଦାରେ ଦାଖିବାକୁ ମିଳିବ ।
Comments are closed.