ଡଙ୍ଗା ଭସାଇବାବେଳେ ଚାଲିଗଲା ୨ ଜଣଙ୍କ ଜୀବନ

ରାୟଗଡା: ରାୟଗଡା ଜିଲ୍ଲା ନାଗାବଳୀ ନଦୀରେ ବୋଇତ ଭସାଣ ବେଳେ ନଦୀରେ ବୁଡି ଦୁଇ ଯୁବକଙ୍କ ମୃତ୍ୟୁ ହୋଇଛି। ମାରିଗୁଡା ଗାଁ ନିକଟ ଘାଟରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି।
ମିଳିଥିବା ସୂଚନା ଅନୁସାରେ ସକାଳେ ରାୟଗଡ଼ାର ନାଗାବଳୀ ନଦୀରେ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଗାଧୋଇବା ସହ ଡ଼ଙ୍ଗା ଭସାଉଥିଲେ ଜଣେ ଛାତ୍ର। ଏତିକି ବେଳେ ଗୋଡ଼ ଖସିଯିବାରୁ ନଦୀରେ ବୁଡ଼ି ଛାତ୍ରଙ୍କ ମୃତ୍ୟୁ ହୋଇଛି। ଝୁଲାପୋଲ ପାଖରେ ଏହି ଅଘଟଣ ଘଟିଛି। ମୃତକ ଜଣକ ହେଲେ ୟୁଜିଏମ୍ଆଇଟିର ଛାତ୍ର ସୁମନ ବେହେରା। ଅଗ୍ନିଶମ ବାହିନୀ ଦ୍ୱାରା ମୃତଦେହ ଉଦ୍ଧାର ହୋଇଛି।
ସେହିପରି ଗୁଣୁପୁର ଗୁମୁଡ଼ାରେ ବଂଶଧାରା ନଦୀରେ ବୁଡ଼ି ଆଉ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ ଜଣକ ହେଲେ ଗୁମୁଡ଼ାର ସନ୍ତୋଷ ଜେନା। ସନ୍ତୋଷ ବଡ଼ି ଭୋରରୁ ପରିବାର ଲୋକଙ୍କ ସହ ଡଙ୍ଗା ଭସାଇବାକୁ ବଂଶଧାରା ନଦୀକୁ ଆସିଥିଲେ। ଗାଧୋଇବା ପାଇଁ ଯାଇ ନଦୀରେ ବୁଡ଼ି ଯାଇଥିଲେ। ଅଗ୍ନିଶମ କର୍ମଚାରୀମାନେ ଖୋଜାଖୋଜି କରିବା ପରେ ମୃତଦେହ ମିଳିଛି।
Comments are closed.