ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ
ମୁମ୍ବାଇ: ମହାରାଷ୍ଟ୍ରରେ ଲାଗୁ ହେଲା ରାଷ୍ଟ୍ରପତି ଶାସନ। ଆଜି ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ କରିବା ପାଇଁ ରାଷ୍ଟ୍ରପତିଙ୍କ ନିକଟକୁ ସୁପାରିଶ କରିଛି କେନ୍ଦ୍ର କ୍ୟାବିନେଟ୍। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କ୍ୟାବିନେଟ୍ ବୈଠକ ବସିଥିଲା। ଏହି ବୈଠକରେ ରାଷ୍ଟ୍ରପତି ଶାସନ ଲାଗୁ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଜ୍ୟପାଳଙ୍କ ସୁପାରିଶକୁ ମୋହର ଦେଇଛନ୍ତି। ଫଳରେ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଛି।
Ministry of Home Affairs (MHA) Spokesperson: #Maharashtra Governor was of the view that it has been 15 days since the conclusion of electoral process and none of the political parties are in the position to form a govt in the state; President's Rule is a better option. pic.twitter.com/dkgySHo3oE
— ANI (@ANI) November 12, 2019
ଏହାପୂର୍ବରୁ ବିଜେପି ଓ ଶିବସେନାକୁ ସରକାର ଗଢିବାକୁ ରାଜ୍ୟପାଳ ସୁଯୋଗ ଦେଇଥିଲେ। କିନ୍ତୁ ରାଜ୍ୟପାଳ ଦେଇଥିବା ଡେଡଲାଇନ ମଧ୍ୟରେ ସରକାର ଗଢିବାକୁ ଆବଶ୍ୟକୀୟ ସଦସ୍ୟଙ୍କ ସମର୍ଥନ ଜୁଟାଇ ପାରିନଥିଲେ ଉଭୟ ବିଜେପି-ଶିବସେନା। ତେଣୁ ଗତକାଲି ତୃତୀୟ ବୃହତ୍ତ ଦଳ ଭାବେ ଏନସିପିକୁ ସରକାର ଗଢିବାକୁ ୨୪ ଘଣ୍ଟାର ସମୟ ଦେଇଥିଲେ ରାଜ୍ୟପାଳ। କିନ୍ତୁ ଆଜି ୧୧.୩୦ରେ ରାଜ୍ୟପାଳଙ୍କୁ ଚିଠି ଲେଖି ସରକାର ଗଢିବାକୁ ଅଧିକ ୨ ଦିନ ସମୟ ମାଗିଥିଲା ଏନସିପି। ଆଉ ଏହି ଚିଠିକୁ ଆଧାର କରି ମହାରାଷ୍ଟ୍ରରେ ସରକାର ଗଢିବା ପାଇଁ ମାହୋଲ ନଥିବା ଦର୍ଶାଇ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ସୁପାରିଶ କରିଥିଲେ ରାଜ୍ୟପାଳ। ଆଉ ରାଜ୍ୟପାଳଙ୍କ ସୁପାରିଶକ୍ରମେ ସଙ୍ଗେ ସଙ୍ଗେ କେନ୍ଦ୍ର କ୍ୟାବିନେଟର ବୈଠକରେ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ନିଷ୍ପତି ନିଆଯାଇଥିଲା।
Comments are closed.