Odisha Link
Bridging the Missing Links in Odisha

ସ୍ୱଚ୍ଛ ବିନ୍ଦୁ ସାଗର ଅଭିଯାନ ଅନୁଷ୍ଠିତ

ଭୁବନେଶ୍ୱର : କାର୍ତ୍ତିକ ପୁର୍ଣ୍ଣିମା ଅବସରରେ ୟୁଥ ଫର ସେବା ଦ୍ୱାରା ବିନ୍ଦୁ ସାଗର ଠାରେ ସ୍ୱଚ୍ଛ ବିନ୍ଦୁ ସାଗର ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ପ୍ରତି ବର୍ଷ ଭୁବନେଶ୍ୱର ସ୍ଥିତ ପ୍ରଭୂ ଲିଙ୍ଗରାଜ ମନ୍ଦିର ନିକଟସ୍ଥ ବିନ୍ଦୁ ସାଗର ଠାରେ ବହୁ ସଂଖ୍ୟାରେ ଭକ୍ତମାନେ ଏକାଠି ହୋଇ ପୂଜାର୍ଚ୍ଚନା କରିଥାନ୍ତି । ଓଡିଆ ସଂସ୍କୁତି ଅନୁଯାଇ ଏହି ଦିନ ଭକ୍ତମାନେ ବୋଇତ ବନ୍ଧାଣ କରିଥାନ୍ତି । ହେଲେ ବର୍ତ୍ତମାନ ବଜାରରେ ମକ୍ଟଳରଥିବା ସୋଲ କିମ୍ବା ପ୍ଲାଷ୍ଟିକର ଡଙ୍ଗା ଏବଂ ଏଥିରେ ବ୍ୟବହୃତ କୃତିମ ରଙ୍ଗ ଏବଂ ଜରି ପାଣିରେ ମିଶି ପାଣିକୁ ଦୂଷିତ କରିଥାନ୍ତି ।

ଏହା ପାଣରେ ରହୁଥିବା ପ୍ରାଣି ଏବଂ ଚତୁର୍ପାଶ୍ୱର ପରିବେଶ ପ୍ରତି କ୍ଷତିକାରକ । ବର୍ତମାନର ଯୁବ ସମାଜ ନିଜର ପରିବେଶ ପ୍ରତି ଅତ୍ୟନ୍ତ ସଚେତନ । ତେଣୁ ପ୍ରତି ବର୍ଷ ୟୁଥ ଫର ସେବା ପକ୍ଷରୁ ସ୍ୱେଚ୍ଛାକୃତ ଭାବେ ବିନ୍ଦୁସାଗରଠାରେ ସ୍ୱଚ୍ଛତା ଅଭିଯାନ ଅନୁଷ୍ଠିତ ହୁଏ । ବିନ୍ଦୁ ସାଗରକୁ ସଫା କରିବା ପାଇଁ ସରକାରଙ୍କ ଦ୍ୱାରା ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ଏତେ ବିଶାଳ ଜନସମାଗମ ଏବଂ ପ୍ରଦୂଷଣରୁ ରକ୍ଷା କରିବା ଏକାକୀ ସମ୍ଭବ ନୂହ ।

ୟୁଥ ଫର ସେବାର ପାଖା ପାଖି ୮୦ ଜଣ ସ୍ୱେଚ୍ଛାସେବୀ ଏହି ଅଭିଜାନରେ ସକାଳ ୭.୩୦ ସମୟରେ ବିନ୍ଦୁ ସାଗର ଠାରେ ଏକାଠି ହୋଇ ପାଣିରୁ ବୋଇତ ଅବଶେଷ ଗୁଡିକୁ ଏକାଠି କରି ଡଷ୍ଟବିନରେ ପକାଇଥିଲେ । ଯାହା ଦ୍ୱାରା ପାଣି ସଫା ହେବା ସହ ଡଷ୍ଟବିନରୁ ଅଳିଆ ନିଷ୍କାଷନ ସହଜ ହେବ । ୟୁଥ ଫର ସେବା ଏହି କାର୍ଯ୍ୟକ୍ରମ ଗତ ୩ ବର୍ଷ ହେବ
ଅନୁଷ୍ଠିତ କରି ଆସୁଛି ।

Comments are closed.