ମହାରାଷ୍ଟ୍ରରେ କାହିଁକି ଲାଗିଲା ରାଷ୍ଟ୍ରପତି ଶାସନ? ଜାଣନ୍ତୁ କାରଣ

ମୁମ୍ବାଇ: ମହାରାଷ୍ଟ୍ରରେ ଲାଗୁ ହେଲା ରାଷ୍ଟ୍ରପତି ଶାସନ। ଆଜି ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ କରିବା ପାଇଁ ରାଷ୍ଟ୍ରପତିଙ୍କ ନିକଟକୁ ସୁପାରିଶ କରିଛି କେନ୍ଦ୍ର କ୍ୟାବିନେଟ୍। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କ୍ୟାବିନେଟ୍ ବୈଠକ ବସିଥିଲା। ଏହି ବୈଠକରେ ରାଷ୍ଟ୍ରପତି ଶାସନ ଲାଗୁ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଜ୍ୟପାଳଙ୍କ ସୁପାରିଶକୁ ମୋହର ଦେଇଛନ୍ତି। ଫଳରେ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଛି।
ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ କାହିଁକି ଲାଗିଲା ଓ କେଉଁ ଆଧାରରେ ଲାଗିଲା ଜାଣନ୍ତୁ
୧-: ମହାରାଷ୍ଟ୍ର ରାଜନୈତିକ ସ୍ଥିତି ୧୯ ଦିନ ପରେ ମଧ୍ୟ ସ୍ପଷ୍ଟ ହୋଇ ପାରିନଥିଲା।
୨-: ଶିବସେନା ରାଜ୍ୟପାଳଙ୍କୁ ସମର୍ଥନ ପତ୍ର ଦେଇ ପାରିଲା ନାହିଁ।
୩-:ଏନ୍ସିପି ମଧ୍ୟ ରାଜ୍ୟପାଳଙ୍କୁ ଅଧିକ ସମୟ ମାଗିଥିଲା।
୪-: ସରକାର ଗଠନ ନେଇ କଂଗ୍ରେସ କୌଣସି ପ୍ରକାର ସ୍ପଷ୍ଟ କଲାନାହିଁ।
Comments are closed.