ବିଧାନସଭା ପାଇଁ ତ୍ରିସ୍ତରୀୟ ସୁରକ୍ଷା

ଭୁବନେଶ୍ବର: ଆସନ୍ତାକାଲି ଠାରୁ ଆରମ୍ଭ ହେବ ବିଧାନସଭା ଶୀତକାଳୀନ ଅଧିବେଶନ। ବିଭିନ୍ନ ଦାବି ନେଇ ରାଜଧାନୀ ଭୁବନେଶ୍ବରେ ଲୋକମାନଙ୍କ ଗହିଳି ଲାଗିବି। ଏହି ଘହଳିକୁ ନିୟନ୍ତ୍ରଣ କରିବା ପାଇଁ ବିଧାନସଭା ଅଧିବେଶନ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିଛନ୍ତି ଡିଜିପି। ଶୀତକାଳୀନ ଅଧିବେଶନର ପ୍ରଥମ ଦିନର କାର୍ଯ୍ୟ କାଲି ବିଧାନସଭାରେ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସହ ସିସିଟିଭି ନଜରରେ ରହିବ ପୁରା ଗାନ୍ଧି ମାର୍ଗ। ଏହା ସହିତ ଆନ୍ଦୋଳନକାରୀଙ୍କ ଉପରେ କଡ଼ା ନଜର ରଖାଯିବ ବୋଲି ଡିଜିପି ସୂଚନା ଦେଇଛନ୍ତି। ସୁରକ୍ଷା ବ୍ୟବସ୍ଥା ପାଇଁ ୭ମ ବାଟାଲିୟନର ସ୍ବତନ୍ତ୍ର ଟିମ୍ ବୁତୟନ ରଖାଯିବ ବୋଲି ଡିଜିପି କହିଛନ୍ତି।
Comments are closed.