ପୁଣି ଠକ ସଂସ୍ଥାର ଆଉ ୨ ଜଣ ଗିରଫ
ନବରଙ୍ଗ : ନବରଙ୍ଗ ପୋଲିସ ଏକ ଠକ ସଂସ୍ଥାର ଆଉ ୨ ଜଣଙ୍କୁ ଗୁୃିରଫ କରିଛି । ଆଡୱାଲ ଗ୍ଳୋବାଲ କଂପାନୀର ମୁଖ୍ୟ ଉମେଶ ଚନ୍ଦ୍ର ମିଶ୍ର ଗିରଫ ଙ୍କୁ ପୋଲିସ ଗିରଫ କରିଛି । ଭୁବନେଶ୍ବର ସ୍ଥିତ ପଟିଆର ଏକ ଆପାର୍ଟମେଣ୍ଟରୁ ଉମେଶଙ୍କୁ ଗିରଫ କରିଥିବା ସମୟରେ ଟିମ୍ ଲିଡର ଶୁଭମ୍ ପ୍ରଧାନଙ୍କୁ ପୋଲିସ ବ୍ରହ୍ମପୁରରୁ ଗିରଫ କରିଛି ।
ସେମାନେ କଂପ୍ୟୁଟର ଶିକ୍ଷା ଦେବା ନାଁ ରେ ଶହ ଶହ ପିଲାଙ୍କଠାରୁ ଟଙ୍କା ଆଦାୟ କରିଥିବାର ଅଭିଯୋଗ ଆସିଛି । ସଂସ୍ଥାରେ ଟଙ୍କା ରଖିଲେ ୬ମାସରେ ୩ଗୁଣା ହେବ କହି ଲକ୍ଷ ଲକ୍ଷ ଟଙ୍କା ଆଦାୟ କରିନେଇଥିଲେ । ଠକେଇ ଅଭିଯୋଗ ପରେ ପୋଲିସ ପୂର୍ବରୁ ଜଣଙ୍କୁ ଗିରଫ କରିଥିଲେ ।
Comments are closed.