Odisha Link
Bridging the Missing Links in Odisha

ସୋନପୁରରେ ଅଜଣା ଜନ୍ତୁର ଭୟ

ସୋନପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଳକ୍‌ କୁମୁରସିଂହା ଗାଁରେ ଏହି ଅଜଣା ଜନ୍ତୁ ଆତଙ୍କ ଦେଖାଦେଇଛି। ଅଭିଯୋଗ ହୋଇଛି କି ଅଜଣା ଜନ୍ତୁ ଗାଁରେ ପଶି ଗୋଟିଏ ରାତିରେ ୨୫ଟି ମେଣ୍ଢା ମାରି ଦେଇଛି । ଜଣାପଡ଼ିଛି ଜନ୍ତୁର ଆକ୍ରମଣରେ ୧୦ଟି ମେଣ୍ଢା ଗୁରୁତର ଆହତ ହୋଇଛି ।

ଅଭିଯୋଗ ଅନୁଯାୟୀ, ଗାଁର କପିଳ ମହାକୁରଙ୍କ ଗୁହାଳରେ ୫୨ଟି ମେଣ୍ଢା ଥିଲା । ଆଜି ସକାଳେ ଦେଖିବାବେଳକୁ ସେଥରୁ ୨୫ଟି ମରିକି ପଡ଼ିଥିବା ବେଳେ ୧୦ଟି ଗୁରୁତର ଭାବେ ଆହତ ହୋଇଥିଲେ। ମେଣ୍ଡା ମାନଙ୍କ ବେକ ଓ ଦେହରେ ଗଭୀର କ୍ଷତ ଚିହ୍ନ ହୋଇଛି ।

କପିଳ ଅଭିଯୋଗ କରିଛନ୍ତି କୌଣସି ଅଜଣା ଜନ୍ତୁ ଏହି ମେଣ୍ଢାମାନଙ୍କୁ ଆକ୍ରମଣ କରିଛି । କପିଳ ଜଣେ ଗରିବ ମେଣ୍ଢା ଚାଷୀ ହୋଇଥିବାରୁ ତାକୁ ସରକାରୀ ସହାୟତା ପ୍ରଦାନ ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ସାଲେପୁର,ଜଗତସିଂହପୁର, କଟକ ଓ ନୟାଗଡ଼ ଜିଲ୍ଲାରୁ ମଧ୍ୟ ଏଭଳି ଅଭିଯୋଗ ଆସିଥିଲା।

Comments are closed.