ବାଲିଯାତ୍ରା ପାଇଁ ଚିଠି ଲେଖିଲେ ନବୀନ

ଭୁବନେଶ୍ୱର: କଟକିଆଙ୍କ ଭାବାବେଗ ତଥା ଦାବିକୁ ସମ୍ମାନ ଜଣାଇ ରାଜ୍ୟ ସରକାର କଟକ ବାଲିଯାତ୍ରାକୁ ରାଜ୍ୟସ୍ତରୀୟ ମାନ୍ୟତା ପ୍ରଦାନ କରିଛନ୍ତି। ତେବେ ‘ବାଲିଯାତ୍ରା’କୁ ‘ଜାତୀୟ ନୌବାଣିଜ୍ୟ ଐତିହ୍ୟ ପର୍ବ’ର ମାନ୍ୟତା ଦାବି କରିଛନ୍ତି ରାଜ୍ୟ ସରକାର। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲଙ୍କୁ ଚିଠି ଲେଖିଛନ୍ତି। ବାଲିଯାତ୍ରା ଓଡ଼ିଶା ନୌବାଣିଜ୍ୟ, କଳା ସାହିତ୍ୟର ଐତିହ୍ୟ ବହନ କରେ ବୋଲି କହି ନବୀନ ‘ବାଲିଯାତ୍ରା’କୁ ‘ଜାତୀୟ ନୌବାଣିଜ୍ୟ ଐତିହ୍ୟ ପର୍ବ’ର ମାନ୍ୟତା ଦେବାକୁ ଦାବି କରିଛନ୍ତି।
Comments are closed.