ଆମୋନିଆ ଗ୍ୟାସ୍ ଲିକ୍ ହୋଇ ୭୦ ଅସୁସ୍ଥ

ସୋର: ଖନ୍ତାପଡ଼ାରେ ଘଟିଛି ଅଭାବନୀୟ ଅଘଟଣ। ଚିଙ୍ଗୁଡି ପ୍ରୋସେସିଂ ଫ୍ୟାକ୍ଟିରେ ଆମୋନିଆ ଗ୍ୟାସ୍ ଲିକ୍ ହେବା ଫଳରେ ୭୦ ଜଣ ଅସୁସ୍ଥ। ଖନ୍ତାପଡ଼ାରେ ଥିବା ଚିଙ୍ଗୁଡ଼ି ଫ୍ୟାକ୍ଟିରେ ଆମୋନିଆ ଗ୍ୟାସ୍ ଲିକରୁ ଅଘଟଣ। ମିଳିଥିବା ଖବର ଅନୁସାରେ ଅଣନିଶ୍ବାସୀ ହୋଇ ଫ୍ୟାକ୍ଟିରେ ୭୦ରୁ ଉର୍ଦ୍ଧ୍ବ କର୍ମଚାରୀ ଅସୁସ୍ଥ ହୋଇପଡ଼ିଛନ୍ତି। ସମସ୍ତ ଅସୁସ୍ଥଙ୍କୁ ଖନ୍ତପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି।
ମିଳିଥିବା ଖବର ମୁତାବିକ ଅସୁସ୍ଥ ହୋଇଥିବା ୭୦ରୁ ଉର୍ଦ୍ଧ୍ବ କର୍ମଚାରୀ ହେଉଛନ୍ତି ମହିଳା। ଗୁରୁତର ଥିବା 40 କର୍ମଚାରୀଙ୍କୁ ବାଲେଶ୍ବର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଗୁରୁତର ଥିବା କର୍ମଚାରୀଙ୍କ ମଧ୍ୟରୁ ଅନେକ ଅଚେତ ଥିବା ସୂଚନା ରହିଛି । କୈାଣସି ପ୍ରଶାସନିକ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ନାହାନ୍ତି।
Comments are closed.