ଦଳୀୟ ସଦସ୍ୟଙ୍କ ଉପସ୍ଥାନ ଦେଖିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ବିଧାୟକ ଦଳ ବୈଠକରେ ଗୁରୁତ୍ବାରୋପ କଲେ ମୁଖ୍ୟମନ୍ତ୍ରୀ ନବୀନ। ଦଳୀୟ ସଦସ୍ୟଙ୍କୁ ଦୈନିକ ବିଧାନସଭାରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ୨ ଦିନରୁ ଅଧିକ ଦିନ ଯିଏ ଛୁଟିରେ ଯିବେ ସିଏ ସୁପ୍ରିମୋ ନବୀନଙ୍କ ଅନୁମତି ନେଇ ଯିବାକୁ ପଡ଼ିବ। ସଦସ୍ୟଙ୍କ ଉପସ୍ଥାନ ନେଇ ଦୈନିକ ରିପୋର୍ଟ କରିବେ ମୁଖ୍ୟ ସଚେତକ। ଦୈନିକ ସାଢ଼େ ୧୧ ଟାରେ ମୁଖ୍ୟ ସଚେତକ ଉପସ୍ଥାନ ରିପୋର୍ଟ ପ୍ରସ୍ତୁତ କରିବେ। ନୂଆ ସଦସ୍ୟଙ୍କ କାର୍ଯ୍ୟଶୈଳୀ ଉପରେ ବି ନଜର ରଖାଯିବ। ସେମାନଙ୍କ ପ୍ରଦର୍ଶନ ନେଇ ବ୍ୟକ୍ତିଗତ ଭାବେ ଦୃଷ୍ଟି ରଖିବାକୁ କହିଛନ୍ତି ମୁଖ୍ୟ ମନ୍ତ୍ରୀ। ସାଂସଦଙ୍କ ଭଳି ବିଧାୟକମାନେ ବି ଦ୍ବିମାସିକ ରିପୋର୍ଟ ପ୍ରଦାନ କରିବେ।
Comments are closed.