ନଭେମ୍ବର ୧୭ରେ ,କଳାଭୂମିରେ ପିଲାଙ୍କ ପାଇଁ ‘ଟ୍ରେଜର ହଣ୍ଟ୍’ କାର୍ଯ୍ୟକ୍ରମ

ଭୁବନେଶ୍ୱର : ଶିଶୁ ଦିବସ ସପ୍ତାହ ଅବସରରେ କଳାଭୂମି-ହସ୍ତଶିଳ୍ପ ସଂଗ୍ରହାଳୟଠାରେ ପିଲାଙ୍କ ପାଇଁ ‘ଟ୍ରେଜର ହଣ୍ଟ୍’ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ନଭେମ୍ବର ୧୭ ତାରିଖ ଦିନ ଦିବା ୧୧ ଘଟିକା ସମୟରେ କଳାଭୂମି ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପିଲାମାନେ ପରିବାର ସହିତ ଓଡ଼ିଶାର କାରୁକଳା ଓ ହସ୍ତଶିଳ୍ପ ସହିତ ପରିଚିତ ହୋଇ ପାରିବେ ।
ଏହି ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମରେ ଗୋଟିଏ ଟିମ୍ରେ ପରିବାରର ଜଣେ ଅଭିଭାବକ ଓ ଜଣେ ପିଲା ରହିବେ । ଯେଉଁ ଦଳ କମ୍ ସମୟ ମଧ୍ୟରେ ସମସ୍ତ ପ୍ରଶ୍ନର ସଠିକ୍ ଉତ୍ତର ଦେଇ ପାରିବେ ସେହି ଦଳ ପୁରସ୍କୃତ ହେବେ ।
ଏହି କାର୍ଯ୍ୟକ୍ରମରେ ତାଲିକାଭୁକ୍ତ ହେବା ନିମନ୍ତେ info @odishacrftsmuseum.com ଇମେଲ୍ ଯୋଗେ ଅଂଶଗ୍ରହଣକାରୀ ନିଜର ସବିଶେଷ ତଥ୍ୟ ପଠାଇ ପାରିବେ। କାର୍ଯ୍ୟକ୍ରମ ସଂପର୍କରେ ଅଧିକ ଜାଣିବା ପାଇଁ ୦୮୦୪୬୮୦୯୩୫୮ କିମ୍ବା ୯୧୭୦୦୮୫୨୮୨୦୬ ସହିତ ସଂପର୍କ କରିବା ପାଇଁ ହସ୍ତଶିଳ୍ପ ସଂଗ୍ରହାଳୟ ପକ୍ଷରୁ କୁହାଯାଇଛି । କେବଳ ହସ୍ତଶିଳ୍ପ ସଂଗ୍ରହାଳୟର ପ୍ରବେଶ ଦେୟ ବ୍ୟତୀତ ଏଥି ପାଇଁ କୌଣସି ଦେୟ ରଖାଯାଇ ନାହିଁ ।
Comments are closed.