Odisha Link
Bridging the Missing Links in Odisha

ମଦ ଦୋକାନକୁ ମିଳିତ ବିରୋଧ

ଭୁବନେଶ୍ୱର: ମଦ ଦୋକାନ ଖୋଲିବାକୁ ନେଇ ମିଳିତ ପ୍ରତିବାଦ। ରାଜ୍ୟରେ ମଦ ଦୋକାନ ଖୋଲିବାକୁ ନେଇ ସରକାରଙ୍କ ବିଭିନ୍ନ ପ୍ରସ୍ତାବକୁ ଉଭୟ ରାଜନୈତିକ ବିରୋଧୀ ଓ ଶାସକ ଦଳ ପ୍ରତିବାଦ କରିଛନ୍ତି।
ଏନେଇ ବିଜେପି ନେତା ବିଷ୍ଣୁ ସେଠୀ କହିଛନ୍ତି ଯେ, ସରକାରଙ୍କ ମଦ ବନ୍ୟା ଦୁର୍ଭାଗ୍ୟଜନକ। ଗାନ୍ଧିଜୀଙ୍କ ପ୍ରତି ରାଜ୍ୟ ସରକାରଙ୍କ ଏହା କେତେଦୂର ସମ୍ମାନ। ଏବେ ଓମଫେଡ ଦୁଗ୍ଧ-ନବୀନଙ୍କ ମଦ ପ୍ରତଯୋଗିତା ଚାଲିଛି ବୋଲି ଶ୍ରୀ ସେଠୀ କହିଛନ୍ତି ।

ସେହିପରି କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି ଯେ, ଗରିବ ଓ ଖଟିଖିଆ ମଦ ପିଇ ମରନ୍ତୁ ବୋଲି ସରକାର ଚାହୁଁଛନ୍ତି। ଅନ୍ୟପକ୍ଷରେ ଅଧିକ ମଦ ଦୋକାନ ଖୋଲିବାକୁ ସୌମ୍ୟରଞ୍ଜନ ପଟ୍ଟନାୟକ ବି ବିରୋଧ କରିଛନ୍ତି। ଅଧିକ ମଦ ଦୋକାନ ଖୋଲିବାର ଲାଭ-କ୍ଷତି ତର୍ଜମା କରାଯାଉ ବୋଲି ସେ କହିଛନ୍ତି।

Comments are closed.