ପରିଚୟ ବଦଳାଇଲେ ଦେବେନ୍ଦ୍ର ଫଡନାଭିସ୍

ମୁମ୍ବାଇ: ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ କିଛିଦିନ ତଳେ ନିଜ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଭାବେ ପରିଚୟ ପାଇଥିବା ଫଡନାଭିସ୍ ଏବେ ନିଜର ଟ୍ୱିଟର ଆକାଉଣ୍ଟରେ ଏହାର ପରିବର୍ତ୍ତନ କରିଛନ୍ତି। ସେ ଏବେ ମୁଖ୍ୟମନ୍ତ୍ରୀ କିମ୍ବା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ନୁହନ୍ତି, ବରଂ ସେ ଏବେ ମହାରାଷ୍ଟ୍ରର ସେବକ ବୋଲି ନିଜ ଟ୍ୱିଟର ଆକାଉଣ୍ଟରେ ଉଲ୍ଲେଖ କରିଛନ୍ତି।
ମହାରାଷ୍ଟ୍ରରେ କୌଣସି ଦଳ ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟା ହାସଲ କରି ନପାରିବାରୁ ଗତକାଲି ଠାରୁ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରାଯାଇଛି। ୪୮ ବର୍ଷୀୟ ଦେବେନ୍ଦ୍ର ଫଡନାଭିସ ମହାରାଷ୍ଟ୍ର ନିର୍ବାଚନ ଫଳାଫଳ ପରେ କ୍ରମାଗତ ଦୁଇଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ବୋଲି ଆଶା କରିଥିଲେ। ହେଲେ ବିଜେପିର ସହଯୋଗୀ ଶିବସେନା ୫୦:୫୦ ଫର୍ମୁଲାକୁ ଲାଗୁ କରିବା ଜିଦ୍ରେ ଅଟଳ ରହିବାରୁ ଫଡନାଭିସଙ୍କ ଏହି ଆଶା ଫସର ଫାଟି ଯାଇଛି। ତଥାପି ବିଜେପି ମହାରାଷ୍ଟ୍ରରେ ସରକାର ଗଠନ କରିବ ଓ ସେ ମୁଖ୍ୟମନ୍ତ୍ରୀ ହେବେ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଦେବେନ୍ଦ୍ର ଫଡନାଭିସ୍। ଏଥିସହିତ ବିଜେପି ନେତା ନାରାୟଣ ରାଣେ ମହାରାଷ୍ଟରରେ ବିଜେପି ସରକାର ଗଠନ କରିବ ବୋଲି କହିଛନ୍ତି।
Comments are closed.