‘କୌନ୍ ବନେଗା କରୋଡପତି’ରେ ଡ.ଅଚ୍ୟୁତ ସାମନ୍ତ

ଭୁବନେଶ୍ବର:ଭାରତୀୟ ଟେଲି ଜଗତର ବହୁ ଚର୍ଚ୍ଚିତ ଲୋକପ୍ରିୟ ରିଏଲିଟି ଶୋ’ ହେଉଛି ‘କୌନ୍ ବନେଗା କରୋଡପତି’। ଏହି ଶୋ’ର ହଟସିଟ୍ ରେ ସ୍ଥାନ ପାଇଛନ୍ତି ଡ.ଅଚ୍ୟୁତ ସାମନ୍ତ ଏବଂ ହଟ୍ସିଟ୍ ରେ ଅଂଶୀଦାର ଅଛନ୍ତି ବଲିଉଡ୍ ଅଭିନେତ୍ରୀ ତାପସୀ ପନ୍ନୁ। ଖାଲି ସେତିକି ନୁହେଁ ଏହି ଶୋ ମଧ୍ୟ ଡ.ସାମନ୍ତଙ୍କ ଭଉଣୀ ତଥା ‘କାଦମ୍ବିନୀ’ର ସଂପାଦିକା ଡ. ଇତି ସାମନ୍ତଙ୍କୁ ଦେଖିବାକୁ ମିଳିବ। ଏହି ଶୋ’ର ରେର୍କଡିଂ ଶେଷ ହୋଇଥିବା ବେଳେ ଏହା ଆସନ୍ତା ନଭେମ୍ବର ୧୫ ତାରିଖ ଶୁକ୍ରବାର ସଂନ୍ଧ୍ୟା ୯ଟାରେ ପ୍ରସାରିତ ହେବ।
ଖାଲି ସେତିକି ନୁହେଁ ଏହି ଶୋ’ରେ ହୋଷ୍ଟ ଭାବେ ଅମିତାଭ ବଚନ ଦେଖିବାକୁ ମିଳିଥିବାରୁ ଏହା ବହୁ ଲୋକପ୍ରିୟତା ଅର୍ଜନ କରିଛି। ତେବେ ଏବେ ଏହି ଶୋ’ର ହଟ୍ସିଟ୍ ସ୍ଥାନ ପାଇଛନ୍ତି ଓଡ଼ିଶାର ଡ.ଅତ୍ୟୁତ ସାମନ୍ତ। ଏନେଇ ବିଶେଷ କରି ଓଡ଼ିଶାର ଦର୍ଶକ ଏହି ଶୋ’କୁ ନେଇ ବେଶ ଉତ୍ସାହିତ ଥିବା ଜଣା ପଡ଼ିଛି।
Comments are closed.