Odisha Link
Bridging the Missing Links in Odisha

ଗିରଫ ହେଲେ ନକଲି ଡାକ୍ତର

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର ନକଲି ଡାକ୍ତରଙ୍କୁ ଗିରଫ କରାଯାଇଛି। ସୁନ୍ଦରଗଡ ଟାଉନ ଥାନା ପୋଲିସ ତାକୁ ଗିରଫ କରିଛି। ରାଉରେକେଲା ସେକ୍ଟର ୧୫ ଅଞ୍ଚଳରୁ ନକଲି ଡାକ୍ତର ପଦ୍ମନାଭ ମୁଖି କାରୁଆକୁ ଉଠାଇ ନେଇଥିଲା ପୋଲିସ। ତାଙ୍କୁ ଅଧିକ ଜେରା ଚାଲିଛି।
ଜିଲ୍ଲାରେ ଏହି ନକଲି ଡାକ୍ତରଙ୍କ କାରନାମା ବେସ ଚର୍ଚ୍ଚାରେ ଥିଲା। ନୂଆଗାଁ ସ୍ବାସ୍ଥ୍ୟ କେନ୍ଦ୍ରରେ ନକଲି ସାର୍ଟିଫିକେଟ୍ ଦେଖାଇ ସେ ବର୍ଷ ବର୍ଷ ଧରି ରୋଗୀ ଦେଖିଛନ୍ତି। ନକଲି ଏମବିବିଏସ ସାର୍ଟିଫିକେଟ ଦେଇ ଡାକ୍ତର ଚାକିରି ହାତେଇଛନ୍ତି। ଦରମା ବାବଦକୁ ୪୦ ମାସରେ ନେଲେଣି ୨୦ ଲକ୍ଷ ଟଙ୍କା। ଅଭିଯୋଗକୁ ୮ ମାସ ବିତିଗଲା ପରେ ବି କାର୍ଯ୍ୟାନୁଷ୍ଠାନ ହୋଇନଥିଲା। ତେବେ ଗଣମାଧ୍ୟମରେ ଏହି ଖବର ପ୍ରସାରଣ ପରେ ପୋଲିସ ତାଙ୍କୁ ଗିରଫ କରିଛି।

Comments are closed.