Odisha Link
Bridging the Missing Links in Odisha

ଜୁହି ଚାଓ୍ଵଲାଙ୍କୁ ବିବାହ କରିବାକୁ ଚାହୁଁଥିଲେ ଏହି ଦୁଇ ଅଭିନେତା !

ମୁମ୍ବାଇ : ବଲିଉଡ଼ର ସୁନ୍ଦରୀ ତଥା ଚୁଲ୍‌ବୁଲି ନାୟିକା ହେଉଛି ଜୁହି ଚାୱଲା । ଆଜି ସେ ୫୨ ବର୍ଷ ବୟସରେ ପାଦଥାପିଛନ୍ତି । ଜୁହି ୧୯୬୭ ମସିହା ୧୩ ତାରିଖରେ ନଭେମ୍ବର ମାସ, ହରିୟାନଠାରେ ଜନ୍ମ ଗ୍ରହଣ କରିଥିଲେ । ସେ ୧୯୮୪ ମସିହାରେ ମିସ୍ ଇଣ୍ଡିଆ ଟାଇଟଲ୍ ହାସଲ କରିଥିଲେ ।

ପ୍ରତିବନ୍ଧ’, ‘କୟାମତ୍‌ ସେ କୟାମତ୍ ତକ୍‌’, ‘ପ୍ରତିବନ୍ଧ’, ‘ବୋଲ୍ ରାଧା ବୋଲ୍’, ‘ହମ୍‌ ହେଁ ରାହି ପ୍ୟାର୍‌ କେ’, ‘ଡର୍’, ‘ରାମ୍ ଜାନେ’, ‘ଦିୱାନା ମସ୍ତାନା’, ‘ୟେସ ବସ୍’ ଓ ‘ଇଶ୍କ’ ଭଳି ସିନେମାରେ କାମ କରିଥିବା ଜୁହି ଦର୍ସକ ଙ୍କ ମନ କିଣି ନେଇଥିଲେ । ସେ ୧୯୮୭ ମସିହାରେ ‘ସୁଲତାନେଟ୍‌’ ସିନେମା ଦ୍ବାରା ବଲିଉଡ୍ ପାଦ ଥିଲେ । ଜୁହି ଚାଓ୍ଵଲା ୯୦ ଦଶକରେ ଚୁଳବୁଲି ଝିଅ ଭାବେ ଦର୍ଶକମାନଙ୍କ ମନରେ ରାଜ କରିଥିଲେ ।

ତାଙ୍କର କେବଳ ଯୁବ ପିଢ଼ିର କ୍ରସ୍ ନଥିଲେ, ଛୋଟ ପିଲା ବି ତାଙ୍କୁ ଖୁବ୍ ଭଲ ପାଉଥିଲେ । ସେମାନଙ୍କ ମଧ୍ୟରେ ଥିଲେ ବଲିଉଡ୍ ଅଭିନେତା ଇମ୍ରାନ୍ ଖାନ୍‌ । ଇମ୍ରାନ୍ଏ ଏକ ସାକ୍ଷାତକାରରେ କହିଥିଲେ ସେ ଜୁହିଙ୍କୁ ବାହା ହେବେ ବୋଲି ପ୍ରୋପୋଜ୍ ବି କରି ଦେଇଥିଲେ।

ଇମ୍ରାନ୍ ଛୋଟ ବେଳେ ଆମୀରଙ୍କ ଶୁଟିଂ ସେଟ୍‌କୁ ଯାଉଥିଲେ। ସେଟ୍‌ରେ ସେ ଜୁହିଙ୍କୁ ପ୍ରୋପୋଜ୍ କରିବା ସହିତ ଏକ ମୁଦି ବି ଦେଇଥିଲେ। ମୁଦିଟିକୁ ଜୁହି ଗ୍ରହଣ କରିଥିଲେ। ତେବେ ଇମ୍ରାନ୍‌ଙ୍କ ଏହି ପ୍ରେମ ମାତ୍ର ତିନି ଚାରି ଦିନ ଚାଲି ପାରିଥିଲା। ତା’ପରେ ସେ ଜୁହିଙ୍କଠାରୁ ଉକ୍ତ ମୁଦି ବି ନେଇ ଯାଇଥିଲେ।

‘କୟାମତ୍ ସେ କୟାମତ୍ ତକ୍’ ସିନେମାଟି ୧୯୮୮ରେ ରିଲିଜ୍ ହୋଇଥିଲା ଓ ଏହା ସୁପର ହିଟ ହେବା ସହ ଜୁହିଙ୍କୁ ଅନେକ ସଫଳତା ମିଳିଥିଲା । ଏଥିରେ ସେ ଆମୀର ଖାନ୍‌ଙ୍କ ସହିତ ଅଭିନୟ କରିଥିଲେ। ଆମୀରଙ୍କ ବ୍ୟତୀତ ଗୋବିନ୍ଦା, ଋଷି କପୁର, ଅନୀଲ କପୁର, ଶାହାରୁଖ ଖାନ୍, ଅଜୟ ଦେବଗନ, ଅକ୍ଷୟ କୁମାର ଓ ସନି ଦେଓଲଙ୍କ ଭଳି ଷ୍ଟାରଙ୍କ ସହିତ ସେ ଅଭିନୟ କରିଛନ୍ତି ।

ତାଙ୍କ ପ୍ରେମରେ ଆଉ ଜଣେ ସୁପରଷ୍ଟାର ପଡ଼ିଯାଇଥିଲେ । ସେ ହେଲେ ସଲମାନ ଖାନ୍‌ , ସେ ଜୁହିଙ୍କ ପିତାଙ୍କ ଠାରୁ ହାତ ମାଗିବାକୁ ମଧ୍ୟ ଯାଇଥିଲେ। ଏହି କଥା ନିଜେ ସଲମାନ ଖାନ୍‌ କହିଛନ୍ତି। ସଳମାନ କହିଛନ୍ତି, ଜୁହି ବହୁତ ସ୍ୱିଟ୍‌ ଏବଂ ପ୍ୟାରୀ। ମୁଁ ତାଙ୍କ ବାପାଙ୍କୁ ମଧ୍ୟ ପଚାରିଥିଲି କଣ ଆପଣ ଜୁହିଙ୍କୁ ମୋ ସହିତ ବିବାହ ଦେବେ। କିନ୍ତୁ ସେ ମନା କରିଦେଇଥିଲେ। ବୋଧହୁଏ ମୁଁ ତାଙ୍କ ବାପାଙ୍କୁ ପସନ୍ଦ ଆସିନଥିଲି।

ଆପଣ ଜାଣି ନଥିବେ ଜୁହିଙ୍କ ନାମ କେବେ ହେଲେ କୌଣସି ଷ୍ଟାରଙ୍କ ସହ ଯୋଡା ହୋଇ ନାହିଁ , କାରଣ କ୍ୟାରିୟର ଆରମ୍ଭରେ ହିଁ ତାଙ୍କର ସାକ୍ଷାତକାର ଜୟ ମେହତାଙ୍କ ସହ ହୋଇସାରିଥିଲା। ୧୯୯୨ ମସିହାରେ ନିର୍ଦେଶକ ରାକେଶ ରୋସନ ଦୁଇ ଜଣଙ୍କୁ ସାକ୍ଷାତକାର କରାଇଥିଲେ। ଏବଂ ୧୯୯୫ ମସିହାରେ ଜୁହି ଜୟ ମେହତାଙ୍କୁ ବିବାହ କରିଥିଲେ।

Comments are closed.