Odisha Link
Bridging the Missing Links in Odisha

ଜେଲରେ ଥାଇ ଚୋରି?

ଉଦଳା: ଜେଲରେ ଥିବା ଲୋକ ନାଁରେ ଚୋରି ମାମଲା ଠୁଙ୍କିଲା ପୋଲିସ। ଉଦଳା ଥାନା ନୂଆସାହି ଗାଁର ଉମାକାନ୍ତ ନାୟକଙ୍କ ନାଁରେ ମାମଲା ରୁଜୁ କରିଛି ପୋଲିସ। ୨୦୧୮ ନଭେମ୍ବର ୭ ରୁ ନଭେମ୍ବର ୨୨ ପର୍ଯ୍ୟନ୍ତ ରମାକାନ୍ତଙ୍କୁ ଜେଲ ପଠାଇଥିଲେ କୋର୍ଟ। ଏକ ମାମଲାରେ ଜେଲ ଯାଇଥିଲେ ରମାକାନ୍ତ। ନଭେମ୍ବର ୧୧ ତାରିଖରେ ଭୀମତାଳି ଛକ ସାଇ ମନ୍ଦିରରୁ ଚୋରି ହୋଇଥିଲା। ଜେଲରେ ଥିବା ରମାକାନ୍ତଙ୍କ ନାଁରେ ଚୋରି କେସ୍‌ ଠୁଙ୍କି ଦେଇଥିଲା ପୋଲିସ। ଏମିତିକି ଚୋରି ପାଇଁ ରମାକାନ୍ତଙ୍କୁ ଗିରଫ ବି କରିଥିଲା ପୋଲିସ। ପ୍ରଥମ ମାମଲାରେ ଜାମିନ ପାଇବା ପରେ ତାଙ୍କୁ ପୁଣି ଗିରଫ କରିଥିଲା। ଜେଲରେ ଥାଇ ରମାକାନ୍ତ କେମିତି ଚୋରି କଲେ ତାକୁ ନେଇ ପ୍ରଶ୍ନ ଉଠିଛି। ସଂପୃକ୍ତ ପୋଲିସ ଅଫିସରଙ୍କୁ ଏନେଇ ପଚାରିବାରୁ ସେ ରାଗି ଯାଇଥିଲେ।

Comments are closed.