Odisha Link
Bridging the Missing Links in Odisha

ଆଜି ଓଡିଶା ଆସୁଛନ୍ତି କେନ୍ଦ୍ରୀୟ ଟିମ୍

ଭୁବନେଶ୍ବର: ସାମୁଦ୍ରିକ ଝଡ଼ ‘ବୁଲୁବୁଲ୍‌’ରେ କ୍ଷତିଗ୍ରସ୍ତ ଓଡିଶା ପରିଦର୍ଶନରେ ଆସୁଛନ୍ତି କେନ୍ଦ୍ରୀୟ ପ୍ରତିନିଧି ଦଳ। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ଯୁଗ୍ମ ସଚିବ ସହେଲି ଘୋଷ ରାୟଙ୍କ ନେତୃତ୍ୱରେ ଏକ ୮ ଜଣିଆ ଟିମ୍ ଗଠିତ ହୋଇଛି। ଏହି ଟିମ୍ ଆଜି ଓ ଆସନ୍ତା କାଲି ଦୁଇଦିନ ଧରି କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିବ।
ଆସନ୍ତାକାଲି ଅପରାହ୍ନରେ ରାଜ୍ୟ ସରକାରଙ୍କ ପ୍ରମୁଖ ଅଧିକାରୀଙ୍କ ସହ ଆଲୋଚନା କରି ଦିଲ୍ଲୀ ଫେରିଯିବ ଏହି ଟିମ୍‌। କେନ୍ଦ୍ରୀୟ ଦଳ ଆଜି ଭଦ୍ରକ ଓ ଶୁକ୍ରବାର କେନ୍ଦ୍ରାପଡ଼ା ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ସାମୁଦ୍ରିକ ଝଡ଼ ‘ବୁଲ୍‌ବୁଲ୍‌’ ଯୋଗୁଁ ରାଜ୍ୟରେ ୬ଟି ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଦୁଇ ଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଭାବିତ ଅଞ୍ଚଳ ବୁଲିବା ସହ ୬ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା କରି ସ୍ଥିତି ସମୀକ୍ଷା କରିଥିଲେ। ‘ବୁଲୁବୁଲ୍‌’ରେ ଜଗତ୍ସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ଯାଜପୁର ଓ ମୟୂରଭଞ୍ଜ ଜିଲ୍ଲାରେ ଅଧିକ କ୍ଷୟକ୍ଷତି ହୋଇଛି।

Comments are closed.