Odisha Link
Bridging the Missing Links in Odisha

ଭୁବନେଶ୍ବର ବସ୍ତିରୁ କେନିଆର ନାଇରୋବି ସମ୍ମିଳନୀ

ଭୁବନେଶ୍ବର: ଭୁବନେଶ୍ବର ଶାନ୍ତିନଗର କଲୋନୀରୁ କେନିଆର ନାଇରୋବି ସହର। ପ୍ରଗତିସାଥୀରୁ ପିଆର୍‌ ଲିଡରର ହୋଇ ନିଜର ନୂଆ ପରିଚୟ ସୃଷ୍ଟି କରିଛନ୍ତି ଦୀପାଞ୍ଜଳି ସ୍ବାଇଁ। ନାଇରୋବିରେ ଚାଲିଥିବା ଅନ୍ତର୍ଜାତୀୟ ମାନବ ବିକାଶ ସମ୍ମିଳନୀ(ଆଇସିପିଡି)ରେ ଯୋଗଦେବା ସହ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ‌ (ବିଏସ୍‌ସିଏଲ୍) ପକ୍ଷରୁ କରାଯାଇଥିବା ସୋସିଆଲ୍‌ ସ୍ମାର୍ଟ ପ୍ରକଳ୍ପର ସଫଳତା ବଖାଣିବେ ଏବଂ ଏହି ଦିଗରେ ବିଶ୍ବବାସୀଙ୍କ ଦୃଷ୍ଟି ଆକର୍ଷଣ କରିବେ। ୧୯ ବର୍ଷୀୟା ଦୀପାଞ୍ଜଳି ଜଣେ ଭଲ ଗୋଷ୍ଠୀଗତ ତାଲିମଦାତ୍ରୀ ଭାବେ କାର୍ଯ୍ୟ କରୁଥିବାରୁ ତା‌ଙ୍କୁ ଏହି ସମ୍ମିଳନୀରେ ଯୋଗଦେବା ପାଇଁ ସୁଯୋଗ ମିଳିଛି। ବିଏସ୍‌ସିଏଲ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପେମ୍‌ଚନ୍ଦ୍ର ଚୌଧାରୀ ମଧ୍ୟ ଏହି ସମ୍ମିଳନୀରେ ଯୋଗ ଦେଇଛନ୍ତି।

ସାମାଜିକ ପରିବର୍ତ୍ତକୁ ସଫଳ କରିବା ନିମନ୍ତେ ବିଏସ୍‌ସିଏଲ୍‌ ‘ସୋସିଆଲ୍‌ ସ୍ମାର୍ଟ’ ପ୍ରକଳ୍ପ ଆରମ୍ଭ କରିଥିଲା ଏହା ମାଧ୍ୟମରେ ରାଜଧାନୀରେ କିପରି ପରିବର୍ତ୍ତନର ଧାରା ଆଗକୁ ନିଆଯାଉଛି ସେ ସମ୍ପର୍କରେ ପେମ୍‌ଚନ୍ଦ୍ର ଚୌଧାରୀ ତଥ୍ୟ ଉପସ୍ଥାପନ କରିବେ ବୋଲି ବିଏସ୍‌ସିଏଲ୍‌ ପକ୍ଷରୁ କହାଯାଇଛି। ବିଶ୍ବରେ ଜନ ସଂଖ୍ୟା ନିୟନ୍ତ୍ରଣ ସହ ପ୍ରସବ ଜନିତ ମାତୃ ମୃତ୍ୟୁ ରୋକିବା ଏବଂ ଯୌନ ଉତ୍ପୀଡନ ତଥା ହିଂସାରୁ ମହିଳାଙ୍କୁ ରକ୍ଷା କରିବା ଉଦ୍ଦେଶ୍ୟରେ ଏହି ସମ୍ମିଳନୀ ଆୟୋଜନ କରାଯାଇଛି।

Comments are closed.